ଖରା ଛୁଟି କାଟିବାକୁ ନୟାଗଡ଼ରୁ ଯାଉଥିଲେ ମାଲକାନଗିରି: ଗଛରେ ଧକ୍କା ହେଲା କାର୍, ୪ ମୃତ

Advertisment

କୋରାପୁଟ ଜିଲ୍ଲା ୩୨୬ ନଂବର ଜାତୀୟ ରାଜପଥର ଚନ୍ଦ୍ରପଡ଼ା ଘାଟିରେ ଶୁକ୍ରବାର ଭୋର ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗଛରେ କାର୍ ପିଟି ହୋଇଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ୩୨୬ ନଂବର ଜାତୀୟ ରାଜପଥର ଚନ୍ଦ୍ରପଡ଼ା ଘାଟିରେ ଶୁକ୍ରବାର ଭୋର ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗଛରେ କାର୍ ପିଟି ହୋଇଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି।

accident

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ୩୨୬ ନଂବର ଜାତୀୟ ରାଜପଥର ଚନ୍ଦ୍ରପଡ଼ା ଘାଟିରେ ଶୁକ୍ରବାର ଭୋର ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗଛରେ କାର୍ ପିଟି ହୋଇଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ନୟାଗଡ଼ ସହରର ଅମ୍ବିକାବାଳା ଦାସ, ଶଶୀ ବେହେରା, ବିରଞ୍ଚି ବେହେରା ଓ ପଦ୍ମାବତୀ ସିଂ ସାମନ୍ତ। ବୈପାରିଗୁଡ଼ା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନାନୁଯାୟୀ, ନୟାଗଡ଼ର ସୁଦୀପ୍ତ ସିଂ ସାମନ୍ତଙ୍କ ପରିବାର ଗ୍ରୀଷ୍ମ ଛୁଟି କାଟିବାକୁ କାରରେ (ଓଡି୦୨ବିଡବ୍ଲୁ-୫୧୪୮)ରେ ମାଲକାନଗିରି ଅଭିମୁଖେ ଯାଉଥିଲେ। ଗୁରୁବାର ରାତିରେ ସୁଦୀପ୍ତ, ତାଙ୍କ ପତ୍ନୀ ପଦ୍ମାବତୀ, ୧୨ ବର୍ଷର ପୁଅ, ମାଇଁଶାଶୂ ଶଶୀ ଓ ବନ୍ଧୁ ବିରଞ୍ଚି ନୟାଗଡ଼ରୁ ବାହାରିଥିଲେ। ରାତିତମାମ ବିରଞ୍ଚି କାର ଚଳାଇଥିବାବେଳେ କୋରାପୁଟରେ ପହଞ୍ଚିବା ପରେ ସୁଦୀପ୍ତ କାର ଚଳାଇ ମାଲକାନଗିରି ଅଭିମୁଖେ ଯାଉଥିଲେ। ଭୋର୍‌ ୫ଟାରେ ବୈପାରିଗୁଡ଼ା ଥାନା ଚନ୍ଦ୍ରପଡ଼ା ଘାଟିରେ ସୁଦୀପ୍ତଙ୍କ ଆଖି ଲାଗିଯିବାରୁ କାରଟି ରାସ୍ତାରୁ ଖସି ଏକ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ଘଟଣାସ୍ଥଳରେ ଅମ୍ବିକାବାଳା ଦାସ, ଶଶୀ ବେ‌ହେରା ଓ ବିରଞ୍ଚି ବେହେରାଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ମୃତଦେହ ଉଦ୍ଧାର କରିବା ସହ ଗୁରୁତର ସୁଦୀପ୍ତ, ପତ୍ନୀ ପଦ୍ମାବତୀ ଓ ୧୨ ବର୍ଷର ପୁଅକୁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପଦ୍ମାବତୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ କୋରାପୁଟ ମେଡିକାଲ କଲେଜ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ଣରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମାବତୀ ଆଖି ବୁଜିଥିଲେ। ସୁଦୀପ୍ତଙ୍କ ବାମ ହାତ ଭାଙ୍ଗିଥିବା ବେଳେ ପୁଅର ଡାହାଣ ଗୋଡ଼ ଭାଙ୍ଗିଯାଇଛି। ଏ ନେଇ ବୈପାରିଗୁଡ଼ା ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe