ଭୁବନେଶ୍ବ୍ବର: ଆଜି ବି ତୃତୀୟ ଦିନ ପାଇଁ ବିଧାନସଭାରେ ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି। ପ୍ରଥମାର୍ଦ୍ଧରେ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକମାନେ ଗୃହର ମଧ୍ୟ ଭାଗରେ ହୋହଲ୍ଲା କରିବାରୁ ମାତ୍ର ୧୩ମିନିଟ୍ ପାଇଁ ଗୃହ କାର୍ଯ୍ୟ ଚାଲିଥିଲା। ଏପରିକି ଗୃହ କାର୍ଯ୍ୟ ସ୍ବାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ଏହା ଫଳପ୍ରଦ ହୋଇନଥିଲା। ଫଳରେ ଗୃହ ବିଭିନ୍ନ ପର୍ଯ୍ୟାୟରେ ୩ଥର ମୁଲତବୀ ହେବା ପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମଧ୍ୟାହ୍ନ ୧୨ଟା ୧୫ରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
Pollution: ମତ୍ସ୍ୟଜୀବୀଙ୍କ ଜୀବିକା ଛଡ଼ାଉଛି ପ୍ରଦୂଷଣ
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ଦଳର ବିଧାୟକମାନେ ମୁଣ୍ଡରେ ଓ ହାତରେ କଳା ପଟି ବାନ୍ଧି ପୋଷ୍ଟର ଧରି ଗୃହର ମଧ୍ୟ ଭାଗରେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବିଜେଡି ବିଧାୟକମାନେ ବି ଜୋରଦାର ପ୍ରତିବାଦକରିଥିଲେ। ହେଲେ ବାଚସ୍ପତି ଗୃହ ଚଳାଇବାକୁ ଉଦ୍ୟମ କରି ସଞ୍ଜଳି ମୁର୍ମୁଙ୍କ ପ୍ରଶ୍ନ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଉତ୍ତର ରଖିବାକୁ ଡାକିଥିଲେ। ଏହାପରେ ସନାତନ ବିଜୁଳିଙ୍କ ଏକ ପ୍ରଶ୍ନର ବି ମନ୍ତ୍ରୀ ଶ୍ରୀ ଗଣ୍ଡ ଉତ୍ତର ରଖିଥିଲେ। ବିରୋଧୀଙ୍କ ପ୍ରତିବାଦର ସ୍ବର ବଢ଼ିବାରୁ ବାଚସ୍ପତିି ୧୦ଟା ୩୬ରେ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
Soumya Ranjan murder: ସୌମ୍ୟରଞ୍ଜନ ହତ୍ୟାକାଣ୍ଡ, ମୁଖ୍ୟ ଅଭିଯୁକ୍ତ ନାଣ୍ଡୁ ନୁହେଁ, ହୁକୁନୁ; ୫ ଗିରଫ
ଏହା ପରେ ୧୧ଟା ୩୦ରେ ଶୂନ୍ୟକାଳ ଆରମ୍ଭ ହୋଇଥିଲେ ହେଁ ବିରୋଧୀଙ୍କ ପ୍ରତିବାଦ ଥମିନଥିଲା। ଗୃହ ଚଳାଇବାରେ ବିଧାୟକମାନେ ସହଯୋଗ କରିବାକୁ ବାଚସ୍ପତି ବାରମ୍ବାର କହିଥିଲେ। ଏହାପରେ ବିରୋଧୀ ନଶୁଣିବାରୁ ବିଧାୟକ ମନୋରଂଜନ ଦ୍ୟାନସାମନ୍ତରାୟ, ଦୁର୍ଗା ପ୍ରସନ୍ନ ନାୟକ, ବିଜୟ କୁମାର ଦଳବେହେରା, ଓମ୍ ପ୍ରକାଶ ମିଶ୍ରଙ୍କୁ କହିବାକୁ ବାଚସ୍ପତି ଡାକିଥିଲେ। ସେମାନେ ୭ମିନିଟ ଭିତରେ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ କହିଥିଲେ। ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଉପବାଚସ୍ପତି ୧୨ଟାରୁ ୧୨ଟା ୧୫ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଲେ। କିନ୍ତୁ ବୈଠକ ସଫଳ ହେଲାନି। ବିରୋଧୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଜିଦ୍ରେ ଅଟଳ ରହିଲେ। ଶେଷରେ ୧୨ଟା ୧୫ରେ ଉପବାଚସ୍ପତି ଗୃହକୁ ଅପରାନ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/21/untitled-16-2026-02-21-06-11-07.jpg)