ବାଚସ୍ପତି ଦୁଃଖ ପ୍ରକାଶ ନ କଲେ ସର୍ବଦଳୀୟ ବୈଠକ ବର୍ଜନ କରିବି: ନରସିଂହ

Advertisment
ଦୁଇ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପିଟିସନ୍ ଦେବି: ନରସିଂହ

Update Odisha

ଭୁବନେଶ୍ବର : 'ସର୍ବଦଳୀୟ ବୈଠକରେ ସହମତି ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ଯେପରି ଘୋଷଣା କଲେ, ତାହା ଅତ୍ୟନ୍ତ ଦୁଃଖଦାୟକ। ବାଚସ୍ପତି ଗୃହରେ ଏଥିପାଇଁ ଦୁଃଖ ପ୍ରକାଶ ନ କରିବା ପର୍ଯ୍ୟନ୍ତ ଆଉ ବିଧାନସଭା ସଂକ୍ରାନ୍ତ ସର୍ବଦଳୀୟ ବୈଠକକୁ ଯିବିନାହିଁ। ଏ ନେଇ ଆସନ୍ତାକାଲି ମୁଁ ବାଚସ୍ପତିଙ୍କୁ ଚିଠି ଲେଖିବି।'

ଶୁକ୍ରବାର ବାଚସ୍ପତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଗୃହ ବାହାରେ ଏପରି ଘୋଷଣା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଛନ୍ତି, ଚାଷୀ ସମସ୍ୟା ପ୍ରସଙ୍ଗରେ ଗୃହର ଅଚଳାବସ୍ଥା ଦୂର କରିବା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମନ୍ତ୍ରୀଙ୍କ ବିବୃତି ପ୍ରସ୍ତାବକୁ ସେ ଘୋର ବିରୋଧ କରିଥିଲେ। ଥରେ ନୁହେଁ ଏକାଧିକ ଥର ସେ ବିରୋଧ କରିବା ପରେ ବି ଗୃହରେ ବାଚସ୍ପତି ଏ ନେଇ ସର୍ବସହମତି ହୋଇଥିବା ନେଇ ରୁଲିଂ ଦେବା ଦୁର୍ଭାଗ୍ୟଜନକ। ଏହି ପ୍ରସଙ୍ଗରେ ବିଜେପି କେବଳ ନାଟକ କରୁଛି। ବିଜେପି ଦଳ ପାଇଁ ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ମୁଲତବୀ ଆଲୋଚନା ପାଇଁ ଧାର୍ଯ୍ୟ ହୋଇଥିବାବେଳେ କିଭଳି ଆଜି ଶୁକ୍ରବାର ଥାଇ ଚାଷୀ ପ୍ରସଙ୍ଗରେ ପ୍ରସ୍ତାବ ଜରିଆରେ ଆଲୋଚନା ଦାବି କରୁଛି। କାରଣ ବିଜେପି ଦଳ ଜାଣିଛି ଏପରି ଦାବି କେବେ ବି ବାଚସ୍ପତି ଗ୍ରହଣ କରିବେ ନାହିଁ। ଯଦି ବାର ନଥିବାରୁ କଂଗ୍ରେସର ମୁଲତବୀ ପ୍ରସ୍ତାବ ଗ୍ରହଣ ହେଲାନାହିଁ। ତାହେଲେ ସମାନ ପ୍ରସଙ୍ଗରେ ବିଜେପି ମୁଲତବୀ ଆଲୋଚନା ପାଇଁ ଦାବି କରିପାରିଥାନ୍ତା। ଏଥିରୁ ସ୍ପଷ୍ଟ ହେଉଛି ଚାଷୀ ସମସ୍ୟା ପ୍ରସଙ୍ଗରେ ଉଭୟ ଦଳ ହାତ ମିଳାଇଛନ୍ତି। ପରସ୍ପରକୁ ସୁହାଇଲା ଭଳି ନିଷ୍ପତ୍ତି ନିଆଯାଉଛି। ଯେ ପର୍ଯ୍ୟନ୍ତ ଗୃହରେ ଆଲୋଚନା ନ ହୋଇଛି କଂଗ୍ରେସ ଗୃହରେ ଚୁପ ବସିବ ନାହିଁ। ମନ୍ତ୍ରୀଙ୍କ ବିବୃତିକୁ ଦଳ ଆଦୌ ଗ୍ରହଣ କରିବ ନାହିଁ ବୋଲି ଶ୍ରୀ ମିଶ୍ର ରୋକଠୋକ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe