ମୁଁ ଆପଣମାନଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି: ନବୀନ

Advertisment
ମୁଁ ଆପଣମାନଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି: ନବୀନ

ଭୁବନେଶ୍ବର/ବରଗଡ଼: ମୁଁ କଥାରେ ନୁହେଁ, କାମରେ ବିଶ୍ବାସ କରେ। ମୁଁ ଆପଣମାନଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ବେଳେ ଜନସାଧାରଣଙ୍କୁ ସମ୍ବୋଧିତ କରି ନବୀନ ଶୁକ୍ରବାର ଏହା କହିଛନ୍ତି।

ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସମୟରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦୁପତ୍ର ଉପରେ ଜିଏସ୍‌ଟି ନେଇ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮ ପ୍ରତିଶତ ଜିଏସଟି ଲଗାଉଛି। ହେଲେ ସୁନା ଦୋକାନୀ ମାତ୍ର ୩ ପ୍ରତିଶତ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଦେଉଛନ୍ତି। ଫସଲବୀମା ଯୋଜନା କେନ୍ଦ୍ରର। ପଦ୍ମପୁର ଚାଷୀଙ୍କ ଫସଲବୀମା କେନ୍ଦ୍ର ନିକଟରେ ୧୮ମାସ ହେଲା ପଡି ରହିଥିଲା ହେଲେ ଚାଷୀ ଆନ୍ଦୋଳନ ପରେ କେନ୍ଦ୍ରର ନିଦ୍ରା ଭାଙ୍ଗିଲା। କେନ୍ଦ୍ର ଲାେକଙ୍କୁ ଭୁଆଁ ବୁଲାଉଛି।

publive-image

ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ପଦ୍ମପୁରର ୨୫ ହଜାର ଗରିବ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପଟେ ଯୋଜନାକୁ ବନ୍ଦ କରୁଛନ୍ତି ବିଜେପିର ଏମପିମାନେ। ‘ଭଲ କାମ ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଉଛି ପୁରସ୍କାର। ୧୦ ଲକ୍ଷ ଗରିବ ଏବେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି।

ପଦ୍ମପୁର ରେଳ ଷ୍ଟେସନ କେଉଁଠି। କେଉଁଠି ବ୍ରିଜ୍ ହେବ, କିଛି ତଥ୍ୟ ଅଛି କି? କେଉଁଠାରେ କେତେ ଜମି ଦରକାର, ଜମି ପାଇଁ ଆବେଦନ କରିଛନ୍ତି କି? କାହିଁକି ପଦ୍ମପୁରବାସୀଙ୍କୁ ମିଛ କହୁଛନ୍ତି, ଭୁଆଁ ବୁଲାଇବା ବନ୍ଦ କରନ୍ତୁ। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର କେବେ ତଥ୍ୟ ମାଗିଛନ୍ତି କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। କେଉଁ କେଉଁ ଗାଁ ଦେଇ ରେଳ ଲାଇନ୍ ଯିବ, ସର୍ଭେ ହୋଇଛି କି? ବୋଲି କହିଛନ୍ତି।

publive-image

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗସ୍ତରେ ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ଯାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୩ଟି ଜନସଭା କରିଛନ୍ତି। ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଥମେ ଝାରବନ୍ଧରେ ଜନସଭା କରିଥିଲେ। ଏହା ପରେ ସେ ସେଠାରୁ ପାଇକମାଳ ଅଭିମୁଖେ ବାହାରିଥିଲେ। ପାଇକମାଳରେ ଆୟୋଜିତ ଜନସଭାରେ ସମ୍ବୋଧିତ କରିଥିଲେ। ନବୀନ ପଟ୍ଟନାୟକ ଶେଷରେ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe