ଆଉ ନିର୍ବାଚନ ଲଢ଼ିବି ନାହିଁ

ରାଜ୍ୟର ବିକାଶ ପାଇଁ ସବୁ ଉଦ୍ୟମ ଜାରି ରଖିବି : ନିରଞ୍ଜନ

ଆଉ ନିର୍ବାଚନ ଲଢ଼ିବି ନାହିଁ

ଭୁବନେଶ୍ବର: ମୋର ଦୀର୍ଘ ରାଜନୈତିକ ଜୀବନରେ ମୁଁ ପ୍ରଥମରୁ କଂଗ୍ରେସ ଦଳ ସହ ରହିଆସିଛି। କ୍ଷମତା ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତ୍ତନ କରିବା କଥା ଚିନ୍ତା କରିନାହିଁ। ଚଳିତ ନିର୍ବାଚନରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଦଳ ପକ୍ଷରୁ ପ୍ରତିଦ୍ବନ୍ଦ୍ବିତା କଲାବେଳେ ଏହା ମୋର ଶେଷ ନିର୍ବାଚନ ବୋଲି କହିଥିଲି। ଭଣ୍ଡାରିପୋଖରୀବାସୀ ମୋତେ ଯେଉଁ ସ୍ନେହ ଓ ଶ୍ରଦ୍ଧା ଦେଇଛନ୍ତି, ସେଥ‌ିପାଇଁ ମୁଁ ସେମାନଙ୍କ ନିକଟରେ ଋଣୀ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି ଯେ ଭଣ୍ଡାରିପୋଖରୀ ଏକ ସମସ୍ୟା ବହୁଳ ନିର୍ବାଚନମଣ୍ଡଳୀ। ଏହାର ଅନେକ କ୍ଷେତ୍ରରେ ବିକାଶ ହୋଇପାରି ନାହିଁ। ଏଥର ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୀବ ବାବୁଙ୍କୁ ଅଭିନନ୍ଦନ ଜଣାଉଛି। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ହିତ ପାଇଁ ଉଦ୍ୟମ କରିବେ ବୋଲି ଆଶା କରୁଛି। ଏଥର ନିର୍ବାଚନ ଲଢ଼ିବାକୁ କରିବାକୁ ଇଛା ପ୍ରକାଶ କରି ନ ଥିଲେ ବି ଭଣ୍ଡାରିପୋଖରୀବାସୀ ଅନୁରୋଧ କରିବାରୁ ଏ ନିର୍ବାଚନ ଲଢ଼ିଥିଲି। ନିର୍ବାଚନରେ ଜନତାଙ୍କ ରାୟଙ୍କୁ ସମ୍ମାନ ଜଣାଉଛି। ଭବିଷ୍ୟତରେ ଆଉ ଭୋଟ୍ ରାଜନୀତିରେ ଭାଗ ନେବି ନାହିଁ ବୋଲି ସ୍ଥିର କରିଛି। କିନ୍ତୁ ରାଜ୍ୟବାସୀଙ୍କ ବିକାଶ ପାଇଁ ସବୁ ପ୍ରକାର ଉଦ୍ୟମ କରିବି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe