I will work for the welfare of the people of the state and for the greater good: Prakash Mishra Photograph: (sambad.in)
ଭୁବନେଶ୍ବର: ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ରାଜ୍ୟ ସରକାର ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । ସେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ପାଇବେ। ଏହି ନିଯୁକ୍ତି ଦ୍ବାରା ପ୍ରକାଶ ମିଶ୍ର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ମନ୍ତ୍ରିପରିଷଦ ବାହାରେ ଥାଇ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧା ହାସଲ କରିବେ ।
ଏହି ନିଯୁକ୍ତି ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକାଶ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା କରି ଗୁରୁଦାୟିତ୍ୱ ଦେଇଛନ୍ତି ।
ରାଜ୍ୟବାସୀଙ୍କ କଲ୍ୟାଣ ଓ ବୃହତ୍ତର ସ୍ୱାର୍ଥ ରକ୍ଷା କିଭଳି ହୋଇପାରିବ ସେଥିପାଇଁ ମୁଁ ପ୍ରୟାସ କରିବି। ରାଜ୍ୟର ଲୋକମାନଙ୍କ ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ଓ ନୂଆ ବିଜେପି ସରକାର ଠିକ୍ ଭାବେ କାର୍ଯ୍ୟ କରିବ ସେସବୁକୁ ମୁଁ ପ୍ରାଥମିକତା ଦେବି ବୋଲି ସେ କହିଛନ୍ତି।
ସେ ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ବେଶ୍ ପରିଚିତ। ପ୍ରକାଶ ମିଶ୍ର ପୂର୍ବତନ ସିଆରପିଏଫ ମହାନିର୍ଦ୍ଦେଶକ ଏନଡିଆରଏଫ ଡିଜି ଥିଲେ । ସେ ଏନଡିଆରଏଫର ଡିଜି ମଧ୍ୟ ଥିଲେ।
ଶୀର୍ଷ ପ୍ରଶାସନିକ ଅଧିକାରୀରୁ ନେତା ହୋଇଥିବା ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି ଇନ୍ ଖାକି’ ଲୋକାର୍ପିତ ହେବା ପରେ ରାଜ୍ୟ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ପୁସ୍ତକରେ ସେ ପିଲାଦିନରୁ ଅବସର ପର୍ଯ୍ୟନ୍ତ ସମୟ ଭିତରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସାମ୍ନା କରିଥିବା କୌତୂହଳପ୍ରଦ ଘଟଣାବଳି ମଜାଦାର ଶୈଳୀରେ ଉପସ୍ଥାପନା କରିଛନ୍ତି ।
ଅଧିକ ପଢ଼ନ୍ତୁ: ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା
ସୂଚନାଯୋଗ୍ୟ, ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୋମବାର ଜାରି ବିଜ୍ଞପ୍ତି ଅନୁସାରେ ଅବସରପ୍ରାପ୍ତ ଆଇପିଏସ୍ ତଥା ରାଜ୍ୟର ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶଦାତା ହେବେ । ୨୦୧୯ରେ ବିଜେପି ଦଳରୁ କଟକ ଲୋକସଭା ଆସନରୁ ସେ ନିର୍ବାଚନ ଲଢିଥିଲେ ।
ଅଧିକ ପଢ଼ନ୍ତୁ: ମୋ ଝିଅର ସୁରକ୍ଷିତ ଯାତ୍ରା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ଧନ୍ୟବାଦ
  
 Follow Us