‘ପରିବାର ଚାପରେ ମୁଁ ମୋ ନିଷ୍ପତ୍ତି ବଦଳାଇବି ନାହିଁ’: ନିଜ ସଂପର୍କକୁ ନେଇ ଏଭଳି ମତ ରଖିଲେ ଦୌଡ଼ରାଣୀ ଦୂତୀ

Advertisment
‘ପରିବାର ଚାପରେ ମୁଁ ମୋ ନିଷ୍ପତ୍ତି ବଦଳାଇବି ନାହିଁ’:  ନିଜ ସଂପର୍କକୁ ନେଇ ଏଭଳି ମତ ରଖିଲେ ଦୌଡ଼ରାଣୀ ଦୂତୀ

ନୂଆଦିଲ୍ଳୀ: ରବିବାର ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ହେତୁ ପୂରା ଦେଶର ନଜର ନିର୍ବାଚନ ଖବର ଉପରେ ରହିବ ବୋଲି ଆଶା କରାଯାଉଥିବା ବେଳେ ସମସ୍ତଙ୍କ ନଜର କିନ୍ତୁ ନିଜ ଆଡ଼କୁ ଟାଣି ନେଇଥିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ। ୨୩ ବର୍ଷୀୟା ସାହସିନୀ ଦୂତୀ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି ଯିଏକି ନିଜର ସମଲିଙ୍ଗୀ ସଂପର୍କ ବିଷୟରେ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି।

ଏ ସଂପର୍କରେ ଦୂତୀ ବିଶ୍ୱ ଆଥ୍‌ଲେଟିକ୍‌ ଚାମ୍ପିୟନସିପ୍‌ ପାଇଁ ପ୍ରଶିକ୍ଷଣ ନେବାକୁ ହାଇଦ୍ରାବାଦ୍‌ରେ ଥିବା ସମୟରେ ଗଣମଧ୍ୟମରେ ମତ ରଖି କହିଛନ୍ତି କି ପରିବାର ଚାପ କିମ୍ବା ଅନ୍ୟ କୌଣସି ବି ପରିସ୍ଥିତିରେ ସେ ନିଜର ନିଷ୍ପତ୍ତି ବଦଳାଇବେ ନାହିଁ।

ଦୂତୀ ଗତବର୍ଷ ସୁପ୍ରିମ୍‌କୋର୍ଟ ସମଲିଙ୍ଗୀ ସଂପର୍କକୁ ଆଇନଗତ ମାନ୍ୟତା ଦେଇଥିବା କଥାକୁ ପ୍ରଶଂସା କରିଛନ୍ତି। କୋର୍ଟଙ୍କର ଏହି ରାୟ ତାଙ୍କ ପାଇଁ ଅମ୍ଳଜାନ ସଦୃଶ ବୋଲି ସେ କହିଛନ୍ତି। ସେ କାହାକୁ ଆଘାତ ଦେବାକୁ ଚାହାନ୍ତି ନାହିଁ, ମାତ୍ର ଜୀବନସାଥୀ ବାଛିବା ଏକ ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥିବା ଦୃଷ୍ଟିରୁ ଦୂତୀ କୋର୍ଟଙ୍କ ଏହି ନିଷ୍ପତ୍ତି ତାଙ୍କୁ ସ୍ୱାଧୀନତା ଦେଇଛି ବୋଲି ମତ ବ୍ୟକ୍ତ କରିଛନ୍ତି।

ମୁଁ ଜଣେ ଜଣାଶୁଣା କ୍ରୀଡ଼ାବିତ୍‌ ହୋଇଥିବାରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । ମୋ ବାପାମାଆ ଏଭଳି ଆଲୋଚନା-ସମାଲୋଚନା ସହ ଅଭ୍ୟସ୍ତ ନୁହଁନ୍ତି। ମୁଁ ସେମାନଙ୍କ ଇଚ୍ଛାକୁ ସମ୍ମାନ କରେ। ସେମାନଙ୍କୁ ମୋ ପାଇଁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡୁ ବୋଲି ମୁଁ ଚାହେଁ ନାହିଁ’ ବୋଲି କହିଛନ୍ତି ଦୂତୀ ଚାନ୍ଦ।

publive-image India Today

ଦୂତୀଙ୍କ ୧୯ ବର୍ଷୀୟା ସାଥୀ ଏବେ ଭୁବନେଶ୍ୱରରେ ପଢୁଛନ୍ତି। ସେ ଦୁହେଁ ପରସ୍ପର ସହ ଗତ ପାଞ୍ଚ ବର୍ଷ ହେବ ସଂପର୍କରେ ଅଛନ୍ତି। ସେ ଜଣେ ଖେଳାଳି ହେବାକୁ ଚାହୁଁଥିବାରୁ ମୋ ଉପଦେଶ ନେବାକୁ  ସେ ମୋ ସହ ଭେଟିବାକୁ ଆସୁଥିବାରୁ ଆମର ପରିଚୟ ହୋଇଥିଲା। ଧୀରେ ଧୀରେ ଆମେ ଘନିଷ୍ଠ ହେବାକୁ ଲାଗିଲୁ। ଏବେ ସେ ମୋ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଦୂତୀ ମତ ରଖିଛନ୍ତି।

ଦୂତୀ କହିଛନ୍ତି କି ‘ମୁଁ ଏବେ ସାବାଳିକା। ପରିବାର ଚାପରେ ମୋ ନିଷ୍ପତ୍ତି ମୁଁ ବଦଳାଇବି ନାହିଁ। ମୋ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ମୋତେ ଘରୁ ବାହାର କରିଦେବାକୁ ଧମକ ଦେଇଛନ୍ତି। ସେ ମୋ ଭାଇର ପତ୍ନୀଙ୍କୁ ପସନ୍ଦ କରୁନଥିବାରୁ ମୋ ଭାଇ ସହ ବି ସେ ସେପରି କରିଛନ୍ତି। ତାଙ୍କର ଯାହା ଇଚ୍ଛା ସେ କରିପାରନ୍ତି, ମାତ୍ର ମୁଁ କେବେ ବି ପଛଘୁଞ୍ଚା ଦେବି ନାହିଁ। ମୁଁ ଗର୍ବର ସହ କହୁଛି କି ମୁଁ ଏକ ସମଲୀଙ୍ଗୀ ସଂପର୍କରେ ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe