କେନ୍ଦ୍ରୀୟ ଡେପୁଟେସନ୍‌ ସାରି ଓଡ଼ିଶା ଫେରିବେ ଆଇଏଏସ୍‌ ଅପରାଜିତା ଷଡଙ୍ଗୀ

Advertisment
କେନ୍ଦ୍ରୀୟ ଡେପୁଟେସନ୍‌ ସାରି ଓଡ଼ିଶା ଫେରିବେ ଆଇଏଏସ୍‌ ଅପରାଜିତା ଷଡଙ୍ଗୀ

ନୂଆଦିଲ୍ଲୀ: ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ଅପରାଜିତା ଷଡଙ୍ଗୀ ପୁଣି ଥରେ ଓଡ଼ିଶା ଆସୁଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିନରେଗା)ରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଏହି ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରୁ  ଓଡ଼ିଶା ଫେରି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ୨୦୧୩ ଜୁଲାଇରେ କେନ୍ଦ୍ର ସଚିବ ଭାବରେ ଅବସ୍ଥାପିତ କରାଯାଇଥିଲା। ତାଙ୍କୁ ଗ୍ରାମୀଣ ବିକାଶ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଦାୟିତ୍ୱ ମିଳିଥିଲା। ସେହି ସମୟରେ ଅପରାଜିତା ଷଡ଼ଙ୍ଗୀ ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ ଥିଲେ। ପଞ୍ଚାୟତ ରାଜ ବିଭାଗରେ ପାଖାପାଖି ୯ମାସ ସଚିବ ଭାବରେ କାମ କରିବା ପରେ ତାଙ୍କୁ ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ସଚିବ ଭାବରେ ବଦଳି ହୋଇଥିଲା। ପୂର୍ବରୁ ସେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ସଚିବ ଦାୟିତ୍ୱରେ ଥାଇ ଉଲ୍ଲେଖନୀୟ କାମ କରିଥିଲେ, ଯେଉଁଥି ପାଇଁ ତାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଥିଲା।

ଅପରାଜିତା ଷଡଙ୍ଗୀ ଭାରତୀୟ ପ୍ରଶାସନିକ ସେବାରେ ୧୯୯୬ରେ ଯୋଗ ଦେଇଥିଲେ। ୧୯୯୬ରୁ ୨୦୧୩ ମଧ୍ୟରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe