ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାଜ୍ୟ ଆଇଏଏସ୍ ସଂଘର ପ୍ରତି ସଦସ୍ୟ ଦେଲେ ୧୦ ହଜାର ଲେଖାଏଁ ସହାୟତା ରାଶି

Advertisment
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାଜ୍ୟ ଆଇଏଏସ୍ ସଂଘର ପ୍ରତି ସଦସ୍ୟ ଦେଲେ ୧୦ ହଜାର ଲେଖାଏଁ ସହାୟତା ରାଶି

Odisha Sun Times

ଭୁବନେଶ୍ୱର : ଓଡ଼ିଶାରେ ବାତ୍ୟା ‘ଫନି’ ପ୍ରଭାବିିତଙ୍କୁ ସହାୟତା ପାଇଁ ହାତ ବଢ଼ାଇଲା ରାଜ୍ୟ ଆଇଏଏସ ସଂଘ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ରାଜ୍ୟର ଆଇଏଏସ୍ ସଂଘର ପ୍ରତି ସଦସ୍ୟ ୧୦-୧୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ‘ଫନି’ ପ୍ରଭାବରେ ଧ୍ୱସଂ ବିଧ୍ୱସ୍ତ ହୋଇ ପଡ଼ିଥିବା ଓଡ଼ିଶାକୁ ପୁଣିଥରେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଥିବାବେଳେ ଏବେ ଚାରିଆଡୁ ସହାୟତର ହାତ ବଢ଼ିଚାଲିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ‘ଫନି’ ପାଇଁ ଓଡ଼ିଶାକୁ ସହାୟତା କରିବା ପାଇଁ ବ୍ୟକ୍ତିଗତ, ସାମୂହିକ ଭାବେ ବହୁତ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆସି ସାରିଲାଣି । ସୂଚନାଯୋଗ୍ୟ ବାତ୍ୟା ପରେ ଏଯାଏଁ ଛତିଶଗଡ଼, ମହାରାଷ୍ଟ୍ର, କେରଳ, ତାମିଲନାଡୁ ୧୦-୧୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ସେହିଭଳି କେନ୍ଦ୍ର ସରକାର ୨ଟି ପର୍ଯ୍ୟାୟରେ ୧୩୪୧ କୋଟି ଟଙ୍କା ବାତ୍ୟା ସହାୟତା ମଂଜୁର କରିଛନ୍ତି ।

ଅନ୍ୟପଟେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏକ କୋଟି ଟଙ୍କା, ଆଦାନୀ ଗ୍ରୁପ ୨୫ କୋଟି, ବୌଦ୍ଧ ଧର୍ମଗୁରୁ ଦଲାଇଲାମା ୧୦ ଲକ୍ଷ ଟଙ୍କା ବାତ୍ୟା ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହିପରି କର୍ଣ୍ଣାଟକ ସରକାରଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ମଧ୍ୟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାର୍ତ୍ତାଳାପ କରି ଆବଶ୍ୟକ ସହଯୋଗ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe