ବିଭୂତି ଭୂଷଣ ପଟ୍ଟନାୟକ ଓ ଡ.ସୁଧାଂଶୁ ଶେଖର ରଥଙ୍କୁ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଭାବେ ନିଯୁକ୍ତି

ବିଭୂତି ଭୂଷଣ ପଟ୍ଟନାୟକ ଓ ଡ.ସୁଧାଂଶୁ ଶେଖର ରଥଙ୍କୁ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଭାବେ ନିଯୁକ୍ତି

ଭୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ବିଭୂତି ଭୂଷଣ ପଟ୍ଟନାୟକ ଓ ପ୍ରଫେସର ଡ.ସୁଧାଂଶୁ ଶେଖର ରଥଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଗତ ଜୁଲାଇ ୩୧ ତାରିଖରେ ରେଜିଷ୍ଟ୍ରାର ଅଫ୍ କୋପରେଟିଭ୍ ସୋସାଇଟିଜ୍ ଭାବେ ଅବସର ନେଇଥିବା ଆଇଏଏସ୍‌ ବିଭୂତି ଭୂଷଣ ପଟ୍ଟନାୟକ ଜଣେ ସୁପ୍ରଶାସକ ଥିଲେ। ଏଥିସହ ସେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ଜିଲ୍ଲାପାଳ ଥିବା ବେଳେ ଝାରସୁଗୁଡ଼ାରେ ଶ୍ରୀ ପଟ୍ଟନାୟକ ଅନେକ ଉଲ୍ଲେଖନୀୟ ବିକାଶମୂଳକ କାମ କରିଥିଲେ, ଯାହାକି ସାଧାରଣରେ ବହୁ ପ୍ରଶଂସା କରାଯାଇଥିଲା।

ପ୍ରଫେସର ଡ.ସୁଧାଂଶୁ ଶେଖର ରଥ ହେଉଛନ୍ତି ସମ୍ବଲପୁରସ୍ଥିତ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। ଏଥିସହ ସେ ସମ୍ବଲପୁର ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଥିଲେ। ଅନ୍ୟପକ୍ଷରେ ଜଣେ ଜଣାଶୁଣା ଶିକ୍ଷାବିତ ଭାବେ ସେ  ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏଚଆରଡିସି ନିର୍ଦ୍ଦେଶକ, ଡିଡିସିଇ ନିର୍ଦ୍ଦେଶକ, ଅର୍ଥନୀତି ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ବହୁ ଜାତୀୟ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପତ୍ରିକାରେ ତାଙ୍କର ପ୍ରବନ୍ଧ ପ୍ରକାଶ କରିଛନ୍ତି | ସେ ବିଶ୍ବ ବ୍ୟାଙ୍କ ଓ ୟୁନଡିପି ଇତ୍ୟାଦି ଅନ୍ତର୍ଜାତୀୟ ସଂସ୍ଥା ପାଇଁ ପରାମର୍ଶଦାତା ମଧ୍ୟ ରହିଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe