ଆଇଏଏସ୍‌ ସ୍ତରରେ ଅଦଳବଦଳ: ଯାମିନୀ ହେଲେ ଜିଏସ୍‌ଟି କମିସନର୍‌, ସୁଧାଂଶୁ ଓଏମ୍‌ସି ଏମ୍‌ଡି

Advertisment

ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଚିତ୍ରା ଅରୁମୁଗମ୍‌ଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଛି।

ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଚିତ୍ରା ଅରୁମୁଗମ୍‌ଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଛି।

୨୯ ଆଇଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଚିତ୍ରା ଅରୁମୁଗମ୍‌ଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଛି। ସେ ପୂର୍ବଭଳି ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କୁ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର ଭାବେ ବଦଳି ହୋଇଛି। ଏହାସହ ସେ ପୂର୍ବଭଳି ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁଧାଂଶୁ ମୋହନ ସାମଲଙ୍କୁ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଶ୍ରମ କମିସନର ଭାବେ ବଦଳି ହୋଇଛି। 

ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଡା.ପୋମା ଟୁଡ଼ୁ ଏବେ ଖାଦ୍ୟ ସୁରକ୍ଷା କମିସନର, ଟିଡିସିସିଓଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ଥିବାବେଳେ ତାଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ, କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସଙ୍କୁ ସମବାୟ ସମିତିର ରେଜିଷ୍ଟ୍ରାର, ଓରେରା ସଚିବ ବିଜୟ କୁମାର ପୃଷ୍ଟିଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ, ଅର୍ଥ ବିଭାଗର ଅତିରିକ୍ତ ସଚିବ ସତ୍ୟବ୍ରତ ରାଉତଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ, ଅନ୍ତଃକ୍ୟାଡର ଡେପୁଟେସନ୍‌ରେ ଓଡ଼ିଶା ଆସିଥିବା ମୋନିକା ପ୍ରିୟଦର୍ଶିନୀଙ୍କୁ ଓଡ଼ିଶା ଜୀବିକା ମିସନ୍‌ର ମିସନ୍‌ ନିର୍ଦ୍ଦେଶିକା, ହକି ପ୍ରମୋସନ୍ କାଉନସିଲ୍‌ ସିଇଓ ଦୀପଙ୍କର ମହାପାତ୍ରଙ୍କୁ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଏହାସହ ତାଙ୍କୁ ହକି ପ୍ରମୋସନ୍ କାଉନସିଲ୍‌ ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଅର୍ଥ ବିଭାଗର ଅତିରିକ୍ତ ସଚିବ ସ୍ମିତା ରାଉତଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ବଦଳି ହୋଇଛି। ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe