ଆଇଏଏସ୍‌ ନିରଞ୍ଜନ ସାହୁ ଓ ଶିକ୍ଷାବିତ୍‌ ସଙ୍ଗୀତା ରଥ ଓପିଏସ୍‌ସି ସଦସ୍ୟ ନିଯୁକ୍ତ

Advertisment
ଆଇଏଏସ୍‌ ନିରଞ୍ଜନ ସାହୁ ଓ ଶିକ୍ଷାବିତ୍‌ ସଙ୍ଗୀତା ରଥ ଓପିଏସ୍‌ସି ସଦସ୍ୟ ନିଯୁକ୍ତ

ଭୁବନେଶ୍ବର : ଉତ୍ତରାଞ୍ଚଳ ଆର୍‌ଡିସି ଥିବା ବରିଷ୍ଠ ଆଇଏଏସ୍‌ ନିରଞ୍ଜନ ସାହୁ ଓ ଭୁବନେଶ୍ବର ଆଇଆଇଟିର ପ୍ରଫେସର ସଙ୍ଗୀତା ରଥଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଏ ନେଇ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସ ୩୧ ତାରିଖରେ ଶ୍ରୀ ସାହୁ ଓ ଶ୍ରୀମତୀ ରଥ ନିଜ ନିଜ ଚାକିରିରୁ ଅବସର ନେବେ। ଅବସର ପରେ ଉଭୟ ଓପିଏସ୍‌ସି ସଦସ୍ୟଭାବେ ଯୋଗଦେବେ। ସେମାନଙ୍କୁ ୬୨ ବର୍ଷ ହେବା ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ସରକାର ଜାରି କରିଥିବା ପୃଥକ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe