ଭିଜିଲାନ୍ସ ଜାଲରେ ଫସିଲେ ଆଇଏଏସ୍‌; ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

Advertisment
ଭିଜିଲାନ୍ସ ଜାଲରେ ଫସିଲେ ଆଇଏଏସ୍‌; ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଫସିଲେ ଆଇଏଏସ୍‌ ଅଧିକାରୀ। ସୋମବାର ରାଜ୍ୟ ସରକାରଙ୍କ ଉଦ୍ୟାନ ବିିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀ ଏଭଳି ଭାବେ ଧରାପଡ଼ିବା ଘଟଣା ସରକାରୀ ଅଧିକାରୀ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଛି। ଜଣେ ବ୍ୟକ୍ତିଙ୍କଠାରୁ ବିଲ୍‌ ପାସ୍‌ କରାଇବା ଲାଗି ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଆଇଏଏସ୍‌ ଉପାଧ୍ୟାୟଙ୍କୁ ଧରି ପକାଇଥିଲେ।

publive-image

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ବିଭାଗର କାର୍ଯ୍ୟକାରୀତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାୟ ୧୦ ଦିନ ହେବ ଭିଜିଲାନ୍ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା। ତେବେ ଏହି ଘଟଣା ନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଜାରି କରାଯାଇନାହିଁ। ଧରାପଡ଼ିବା ପରେ ଆଇଏଏସ୍‌ ଅଧିକାରୀଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ ଚାଲିଛି ବୋଲି ଜଣାପଡ଼ିଛି।

publive-image

ଆଇଏଏସ୍  ବିଜୟ କେତନ ଉପାଧ୍ୟାୟଙ୍କ  ବାଲେଶ୍ବର ଘରେ ଓ ଅଫିସ୍‌ରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି। ଏଥିସହ ତାଙ୍କ ଶ୍ବଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏଥିଲାଗି କଟକରୁ ଆଉ ୨ଟି ଅତିରିକ୍ତ ଟିମ୍‌ ପଠାଯାଇଥିବା ସୂଚନା ରହିଛି।

୨୦୦୯ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ ଏଥିପୂର୍ବରୁ କଳାହାଣ୍ଡି, ଜଗତସିଂହପୁରର ଜିଲ୍ଲାପାଳ ଥିବା ବେଳେ ଜଳସଂପଦ ବିଭାଗ ଓସ୍ବାସ୍ଥ୍ୟ ବିଭାଗର ଯୁଗ୍ମ-ସଚିବ ଭାବେ ଦାୟିତ୍ବ ନିର୍ବାହ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe