ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ବରିଷ୍ଠ ଆଇଏଏସ୍

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ବରିଷ୍ଠ ଆଇଏଏସ୍

ଭୁବନେଶ୍ବର: ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ସେ ହାଜର ହୋଇଛନ୍ତି। ଆଇଏଏସ ହେମନ୍ତ ଶର୍ମା ତତ୍କାଳୀନ କ୍ରୟ କିମିଟିର ଅଧ୍ୟକ୍ଷ ରହିଥିଲେ । ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ମଧ୍ୟ ଆଜି ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି ।
ଗତ ଜୁନ ମାସରେ ମାସ୍କ କିଣା ଦୁର୍ନୀତି ମାମଲାରେ ଆଇଏଏସ ହେମନ୍ତ୍ ଶର୍ମାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା ଓଡିଶା ସୂଚନା ଅଧିକାର ଅଭିଯାନ । ଏହାପରେ କୋଭିଡ-୧୯ ପରଚେଜ୍ କମିଟିରୁ ଆଇଏଏସ ହେମନ୍ତ ଶର୍ମାଙ୍କୁ ବାଦ ଦିଆଯାଇଥିଲା । କରୋନା ମୁକାବିଲା ସରଞ୍ଜାମ କିଣିବା ପାଇଁ ରାଜ୍ୟ ସରକାର ତାଙ୍କୁ ଦାୟିତ୍ବ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ କାର୍ଯ୍ୟ ସଂପାଦନ ସହିତ  କୋଭିଡ-୧୯ ପରିଚାଳନାର ଏହି ଗୁରୁଦାୟିତ୍ୱ ନିର୍ବାହ କରୁଥିଲେ ହେମନ୍ତ ଶର୍ମା।

publive-image

ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଓଡିଶା ସୂଚନା ଅଧିକାର ଅଭିଯାନ ସହିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମଧ୍ୟ ପୃଥକ ପୃଥକ ଭାବେ ଅଭିଯୋଗ କରାଯାଇଥିଲା।

ପିପିଏ କିଟ୍ କ୍ରୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଲୋକାୟୁକ୍ତଙ୍କ ନିକଟରେ ଏକ ଆବେଦନ କରିଥିଲା, ଏହା ପରେ ଦାୟିତ୍ବରେ ଥିବା ଆଇଏଏସ୍ ଅଧିକାରୀ ତଥା ଅନ୍ୟ ଉତ୍ତରଦାତାଙ୍କୁ ନୋଟିସ୍ ପ୍ରଦାନ କରାଯାଇଥିଲା ଓ ଅଗଷ୍ଟ ୭ରେ ଜବାବ ଦାଖଲ ଲାଗି କୁହାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ କେହି ଅଗଷ୍ଟ ୭ରେ ଶୁଣାଣି ପାଇଁ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇନଥିଲେ, ଯେଉଁଥିପାଇଁ ଲୋକାୟୁକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ। ଉତ୍ତରଦାତାମାନଙ୍କୁ ପୁନର୍ବାର ସେପ୍ଟେମ୍ବର୧୪ (ଆଜି) ସୁଦ୍ଧା ସେମାନଙ୍କର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ଦୁଇ ଆଇଏଏସ୍ ଅଧିକାରୀ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି ଓ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ରେ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe