EQ International
ଭୁବନେଶ୍ବର : ଆଇଏଏସ୍ ଅଫିସରଙ୍କ ଉପରେ ରାଜ୍ୟ ସରକାର ଚାପ ସୃଷ୍ଟି କରିବା ଆରମ୍ଭ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ସଚିବଙ୍କ ଜିଲ୍ଲାଗସ୍ତ ବେଳେ ମଧ୍ୟାହ୍ନ େଭାଜନ ଓ ଆହାର େକନ୍ଦ୍ରରେ ଖାଇବା ସଂପର୍କରେ ନିର୍ଦେଶ ଦେଇଥିଲେ। ହେଲେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଏ େକ୍ଷତ୍ରରେ ଆହୁରି ପାଦେ ଆଗକୁ ଯାଇ ବିଭିନ୍ନ ବାବୁଙ୍କ ଜିଲ୍ଲା ଗସ୍ତକୁ କଠୋର ଅନୁଶାସନ ଭିତରେ ଛନ୍ଦି େଦଇଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଉନ୍ନୟନ କମିସନର ଶ୍ରୀ ମହାପାତ୍ର କହିଛନ୍ତି ଯେ ଅଫିସରମାନେ ଜିଲ୍ଲା ଗସ୍ତ କଲା ବେଳେ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ବା ସର୍କିଟ ହାଉସ ବା ଆଇବିରେ ଆଉ ଖାଇପାରିବେ ନାହିଁ। ସେମାନେ ଆହାର େକନ୍ଦ୍ରରେ ବା ଯେ କୌଣସି ବିଦ୍ୟାଳୟର ମଧ୍ୟାହ୍ନ େଭାଜନ େକନ୍ଦ୍ରରେ ହିଁ ମଧ୍ୟାହ୍ନ େଭାଜନ କରିବାକୁ ହେବ। ସେହିଭଳି ବାବୁମାନେ ଜିଲ୍ଲା ଗସ୍ତକୁ େଗାଟିଏ ଦିନରେ ସୀମିତ ରଖିପାରିବେ ନାହିଁ। ସେମାନେ ପ୍ରଥମ ସପ୍ତାହରେ ଗସ୍ତ କରିବେ ଓ ୩ରୁ ୪ ଦିନ େଗାଟିଏ ଜିଲ୍ଲାରେ ଅବସ୍ଥାନ କରିବା ସହିତ ଅତି କମରେ ଦୁଇଟି ବ୍ଲକରେ ବୁଲି ସରକାରୀ ବ୍ୟବସ୍ଥା କିଭଳି ଚାଲିଛି, ତାହାର ସରଜମିନ୍ ତଦନ୍ତ କରିବେ।
ଗସ୍ତବେଳେ ବାବୁମାନେ ପଞ୍ଚାୟତ ଓ ପୌର ପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରି ସେମାନଙ୍କ ମତାମତ ନେବା ସହିତ େଯାଜନା କାର୍ଯ୍ୟାନ୍ବୟନ ବେଳେ କେଉଁ କେଉଁ ସମସ୍ୟା ସାମ୍ନା କରୁଛନ୍ତି, ତାହା ଯାଞ୍ଚ କରିବେ। ଅନୁରୂପ ଭାବେ ସରକାରୀ ଅଧିକାରୀମାନଙ୍କ ସହିତ ମଧ୍ୟ କଥାହେବେ। ତେବେ ଗସ୍ତ ବେଳେ ଯତେ ଅଧିକ ଅନୁଷ୍ଠାନକୁ ଅଚାନକ ଗସ୍ତ କରିବେ, ସେତେ ଭଲ େବାଲି ଠାରି ଦିଆଯାଇଛି।
ବାବୁମାନେ ବିଦ୍ୟାଳୟ, ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ ସହିତ ବୃଦ୍ଧାଶ୍ରମ, ଅନାଥାଶ୍ରମ ଆଦି ପ୍ରଦକ୍ଷଣ କରିବା ଲାଗି ସତର୍କ କରାଇ ଦିଆଯାଇଛି। ସରକାରଙ୍କ କେଉଁ ସେବା କିଭଳି ଭାବେ ଉପଲବ୍ଧ େହଉଛି, କିଏ ବାଧକ ସାଜୁଛି, ତ୍ରୁଟିବିଚ୍ୟୁତି ଲକ୍ଷ୍ୟ କରିବେ। ସଚିବମାନଙ୍କ ରିେପାର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ େବାଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମନ୍ତ୍ରୀମାନଙ୍କ ଗସ୍ତ ସଂପର୍କରେ ମଧ୍ୟ କୁହାଯାଇଥିଲା ଓ ପ୍ରତିମାସ ୭ ତାରିଖରେ ସେମାନଙ୍କ ରିେପାର୍ଟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଯେମିତି ହେଲେ ପହଞ୍ଚିବା େନଇ ନିର୍ଦେଶ ଦିଆଯାଇଥିଲା।
Follow Us