ଆଇଏଏସସ୍ତରରେ ଅଦଳବଦଳ: ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଓଏଫ୍‌ଡିସି ଅଧ୍ୟକ୍ଷ ନିଯୁକ୍ତ

Advertisment
ଆଇଏଏସସ୍ତରରେ ଅଦଳବଦଳ: ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଓଏଫ୍‌ଡିସି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପ୍ରଦୀପ୍ତ ମହାପାତ୍ର ଦଶହରା ଛୁଟି ପରେ ଆଜି (ସ୍ୱାସ୍ଥ୍ୟ ସଚିବ ଭାବେ) କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ଗତ ସେପ୍ଟେମ୍ବର ୧୪ ତାରିଖ ଠାରୁ ଅକ୍ଟୋବର ୧୫ ତାରିଖ ଯାଏଁ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଥିଲେ।

ସେହିପରି ଓଏଫ୍‌ଡିସି ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ପରାଗ ଗୁପ୍ତାଙ୍କର ବଦଳି ହୋଇଛି। ତାଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ସେହିପରି ସେ ସ୍ଥାନରେ ଥିବା ବିଜୟ ଅରୋରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe