ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ: ଦେଓରଞ୍ଜନ ସିଂଙ୍କୁ ଗୃହ ବିଭାଗ ପ୍ରମୁଖ ସଚିବ ଭାବେ ମିଳିଲା ଅତିରିକ୍ତ ଦାୟିତ୍ୱ

Advertisment
ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ: ଦେଓରଞ୍ଜନ ସିଂଙ୍କୁ ଗୃହ ବିଭାଗ ପ୍ରମୁଖ ସଚିବ ଭାବେ ମିଳିଲା ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଞ୍ଜନ ସିଂଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

ପ୍ରଦୀପ କୁମାର ଜେନାଙ୍କୁ କୃଷି ଉତ୍ପାଦ କମିସନର (ଅତିରିକ୍ତ ଦାୟିତ୍ବ) ଭାବେ ନିଯୁକ୍ତି ମିଳିଛି। ସତ୍ୟବ୍ରତ ସାହୁଙ୍କୁ ଭାଷା, ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ଶାଶ୍ବତ ମିଶ୍ରଙ୍କୁ ଏମ୍‌ଏସ୍‌ଏମ୍‌ଇ, ରୂପାରୋଶନ ସାହୁଙ୍କୁ ଏସ୍‌ସି/ଏସ୍‌ଟି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି।

ସେହିଭଳି ୨ଜଣ ବରିଷ୍ଠ ଆଇଏଏସ୍ ଜିଭିଭି ଶର୍ମା ଓ ମଧୁସୂଦନ ପାଢ଼ୀ ଆସନ୍ତା ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବେ ଓ ଗୃହ ସଚିବ ସଞ୍ଜିବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଏଥିପାଇଁ ସରକାର ଆଜି ମୋଟ ୬ ବରିଷ୍ଠ ଆଇଏଏସଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।

୧୯୮୭ ବ୍ୟାଚ୍ ଆଇଏଏସ୍ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଡିଜି ଆର.କେ. ଶର୍ମାଙ୍କୁ ବୋର୍ଡ ଅଫ ରେଭନ୍ୟୁ ମେମ୍ବର ଭାବେ ନିଯୁକ୍ତି ମିଳିଥିବା ବେଳେ ସେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ଜିଭିଭି ଶର୍ମା ୩୧ତାରିଖରେ ଅବସର ନେବାପରେ ସେ ବୋର୍ଡ ଅଫ ରେଭନ୍ୟୁର ମେମ୍ବର ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe