ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଦାୟିତ୍ବ ଦେଇଛନ୍ତି। ସତ୍ୟବ୍ରତ ସାହୁଙ୍କୁ ରାଜସ୍ବ ସଚିବ ଭାବେ ଅବସ୍ଥାପିତ କରିଥିବା ବେଳେ ମଧୁ ପାଢ଼ୀ ଭାଷା ସାହିତ୍ୟ ସଂସ୍କୃତି ସଚିବ ଭାବେ କାର୍ଯ୍ୟ ତୁଲାଇବେ। ସେହିପରି ସରକାର ବିଷ୍ଣୁପଦ ସେଠୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଦାୟିତ୍ବ ଦେଇଥିବା ବେଳେ ରଂଜନା ଚୋପ୍ରା ଏମ୍ଏସ୍ଏମ୍ଇ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି।
ଆଇଏଏସ୍ ସ୍ତରରେ ଅଦଳବଦଳ: ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ଦାୟିତ୍ବ
Advertisment
Follow Us