ପୁଣି ଅଡ଼ୁଆରେ ଆଇଏଏସ୍ ବିଷ୍ଣୁପଦ ସେଠୀ,୨୭ତାରିଖରେ ମାମଲାର ପରବର୍ତୀ ଶୁଣାଣି

ଓଡ଼ିଶା ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ପୂର୍ଣ୍ଣଚ୍ଛେଦ: ୩.୨୭ ଲକ୍ଷ ଟଙ୍କା ଫେରାଇଲେ ଆଇଏଏସ୍‌ ବିଷ୍ଣୁପଦ ସେଠୀ

bfsi.eletsonline.com

ଭୁବନେଶ୍ବର : ପୁଣି ଅଡ଼ୁଆରେ ଆଇଏଏସ୍‌ ବିଷ୍ଣୁପଦ ସେଠୀ। ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ଘଟଣାର ତଦନ୍ତ ନିର୍ଦେଶ ପରେ ଏବେ ଓମ୍‌ଫେଡ୍‌ରେ ପଲିଥିନ୍ କିଣାରେ ଅନିୟମିତତା ଅଭିଯୋଗରେ ନୋଟିସ୍ କରିଛନ୍ତି ଲୋକାୟୁକ୍ତ। ୬ ସପ୍ତାହ ଭିତରେ ଏ ସଂପର୍କିତ ରିପୋର୍ଟ ଦାଖଲ କରିବା ଲାଗି କୁହାଯାଇଛି।

୨୦୧୫ ମସିହାରେ ଓମ୍‌ଫେଡ୍‌ରେ ପଲିଥିନ୍ ପାଉଚ୍ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ଆନନ୍ଦସ୍ଥିତ ଇଣ୍ଡିଆନ୍ ଡାଏରି ମେସିନାରି କମ୍ପାନିର ଡିଷ୍ଟ୍ରିବ୍ୟୁସନ୍ ଏଜେଣ୍ଟରୁ କଟକସ୍ଥିତ କମଲା ଏଜେନ୍‌ସି ମାଧ୍ୟମରେ ବିନା କୌଣସି ଟେଣ୍ଡର ପ୍ରକ୍ରିୟାରେ ପାଉଚ୍ କିଣାଯାଇଥିଲା। ଯାହାଫଳରେ ଓମଫେଡ୍‌ର ୬.୩୫ କୋଟି ଟଙ୍କା କ୍ଷତି ହୋଇଥିଲା। ଆବଶ୍ୟକତାଠାରୁ ୪୩ ପ୍ରତିଶତ ଅଧିକ ଦରରେ କିଣାଯାଇଥିବା ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଓ ଅନ୍ୟମାନେ ଅଭିଯୋଗ କରିଥିଲେ। ଏହି ପାଉଚ୍ କିଣା ସମୟରେ ଓମଫେଡ୍‌ର ପରିଚାଳନା ଦାୟିତ୍ବରେ ବିଷ୍ଣୁପଦ ସେଠୀ ରହିଥିଲେ। ୨୦୧୫ ମସିହାରେ ଶ୍ରୀ ସେଠୀ ପଲିଥିନ୍ କିଣାର ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରିଦେବା ସହିତ ପରବର୍ତୀ ଟେଣ୍ଡର ନେଇ କୌଣସି ପଦକ୍ଷେପ ନେଇ ନ ଥିଲେ। ପାଉଚ୍ କିଣାରେ ଏଭଳି ଅନିୟମିତତାର ତଦନ୍ତ କରିବା ଲାଗି ୨୦୧୬ ମସିହାରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ମଧୁସୂଦନ ପାଢ଼ୀ ଚିଠି ଲେଖିଥିଲେ। ଏପରିକି ମହାଲେଖାକାର ନିଜ ଅଡିଟ୍‌ ରିପୋର୍ଟରେ ପାଉଚ୍ କିଣାରେ ହୋଇଥିବା କ୍ଷତି ସଂପର୍କରେ ଦର୍ଶାଇବା ସତ୍ବେ ମଧ୍ୟ ସଂପୃକ୍ତ ଏଜେନ୍‌ସିକୁ ୫.୭୭ କୋଟି ଟଙ୍କା ପ୍ରଦାନ କରିଯାଇଥିଲା। ଲୋକାୟୁକ୍ତ ଏହି ମାମଲାକୁ ଗ୍ରହଣ କରିବା ସହିତ ଗତ ଡିସେମ୍ବର ୩ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ନୋଟିସ୍ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ବହୁଚର୍ଚିତ ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ଘଟଣାରେ ମଧ୍ୟ ଲୋକାୟୁକ୍ତ ଶ୍ରୀ ସେଠୀଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେଇଛନ୍ତି। ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦେଶାଳୟ ଏହି ମାମଲାର ତଦନ୍ତ କରି ୬୦ଦିନ ଭିତରେ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe