ଆଇସିଏ ଏବଂ ବିଏସଆର କ୍ଲାସେସର ଷଷ୍ଠ ବାର୍ଷିକ ଉତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଛାତ୍ରଛାତ୍ରୀ  ଓ ଅଭିଭାବକ...

SANDIPTA

Photograph: (Sambad.in)

ଭୁବନେଶ୍ବର: ଆଇସିଏ ଏବଂ ବିଏସଆର କ୍ଲାସେସର ଷଷ୍ଠ ବାର୍ଷିକ ମହାସମାରୋହ  ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇସିଏ ଏବଂ ବିଏସଆର କ୍ଲାସେସର ମୁଖ୍ୟ ତଥା ନିର୍ଦ୍ଦେଶକ ସୁକାନ୍ତ କୁମାର ପରିଡା ସଭାପତିତ୍ବ କରିଥିଲେ। ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ସୁଶ୍ରୀ ଦେବଶ୍ରୀ ବେହେରା ଯୋଗ ଦେଇଥିଲେ। 

ସମ୍ମାନୀୟ ଅତିଥି ଭାବରେ ଡ଼ା. ଚନ୍ଦନ ଷଡ଼ଙ୍ଗୀ, ଡ଼ା. ମୀରା ଦାସ, ଇଞ୍ଜିନିୟର ଅମିୟ କୁମାର ମିଶ୍ର, ରାଜକିଶୋର ପ୍ରଧାନ, ସତ୍ୟବ୍ରତ ଭାରତୀ, ସିଦ୍ଧାର୍ଥ ମିଶ୍ର ଆଦି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ । 

ବିଶିଷ୍ଟ ଅତିଥି ମାନଙ୍କର ପ୍ରେରଣାଦାୟୀ ବକ୍ତବ୍ୟ ଛାତ୍ରଛାତ୍ରୀମାନଙ୍କ ମନରେ ଗଭୀର ଆଲୋଡନ ସୃଷ୍ଟି କରିଥିବା ବେଳେ ସେମାନଙ୍କୁ ପ୍ରେରଣା ଯୋଗାଇଥିଲା । ଅନୁଷ୍ଠାନର ମୁଖ୍ୟ ସୁକାନ୍ତ କୁମାର ପରିଡା ଛାତ୍ରଛାତ୍ରୀ ମାନଙ୍କୁ ସଫଳତାର ପାହାଚ ଚଢିବା, ବ୍ୟକ୍ତିତ୍ୱର ବିକାଶ କରିବା ଓ ନିଜ ଦେଶକୁ ସର୍ବାଗ୍ରେ ସ୍ଥାନ ଦେବାର ମନ୍ତ୍ର ପ୍ରଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ସନ୍ଦୀପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe