ପୁଷ୍ଟିହୀନ ଶିଶୁଙ୍କ ପୁଷ୍ଟିସାଧନକୁ ତଦାରଖ କରିବେ ଆଇସିଡିଏସ୍‌ ଓ ଅଙ୍ଗନବାଡ଼ି କର୍ମୀ

Advertisment
ପୁଷ୍ଟିହୀନ ଶିଶୁଙ୍କ ପୁଷ୍ଟିସାଧନକୁ ତଦାରଖ କରିବେ ଆଇସିଡିଏସ୍‌ ଓ ଅଙ୍ଗନବାଡ଼ି କର୍ମୀ

DownToEarth

ଭୁବନେଶ୍ବର : ଏଣିକି ଗୁରୁତର ପୁଷ୍ଟିହୀନ ଶିଶୁମାନଙ୍କର (ସାମ୍‌) ଓ ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁମାନଙ୍କର (ମାମ୍‌) ପୁଷ୍ଟିସାଧନ କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବେ ଆଇସିଡିଏସ୍‌ ଓ ଅଙ୍ଗନବାଡ଼ି କର୍ମୀ। ଆଜି ଏ ସଂକ୍ରାନ୍ତରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି ଶିଶୁମାନଙ୍କର ପ୍ରତି ମଙ୍ଗଳବାର ଓ ଶୁକ୍ରବାର ହେଉଥିବା ମମତା ଦିବସରେ ସ୍ବାସ୍ଥ୍ୟ ପରୀକ୍ଷା, ନିୟମିତ ଓଜନ ପରୀକ୍ଷା ଓ ଚିକିତ୍ସା ସୁବିଧା ବ୍ୟବସ୍ଥାକୁ ଏହି କର୍ମକର୍ତ୍ତାମାନେ ନିରୀକ୍ଷଣ କରିବେ।

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ସେମାନଙ୍କ ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ସାମ୍‌ ଶିଶୁମାନଙ୍କ ସ୍ବାସ୍ଥ୍ୟ ପୁଷ୍ଟିସାଧନ ଦାୟିତ୍ବ ତଦାରଖ କରିବେ। ଆଇସିଡିଏସ୍‌ ସୁପରଭାଇଜରମାନେ ମାମ୍‌ ଶିଶୁମାନଙ୍କ ଦାୟିତ୍ବରେ ରହିବେ। ଅଙ୍ଗନବାଡ଼ି କର୍ମୀମାନେ ତାଙ୍କ ପ୍ରକଳ୍ପ ଅଧୀନରେ ଅତିଶୟ କମ୍‌ ଓଜନ ଥିବା ଶିଶୁମାନଙ୍କ ଓଜନ, ଉଚ୍ଚତା ନିୟମିତ ମାପିବା ସହ ସେମାନଙ୍କ ମା' ମାନଙ୍କ ପାଇଁ ଖାଦ୍ୟ ସାରଣୀ ପ୍ରସ୍ତୁତ କରିବେ। ବିଶେଷକରି କୋଭିଡ୍‌ ମହାମାରୀ ସମୟରେ ଏହି ଶିଶୁମାନଙ୍କ ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନର ବ୍ୟାପକ ତଦାରଖ ହେବା ଜରୁରୀ ଓ ଏଥିରେ କ୍ଷେତ୍ର କର୍ମଚାରୀମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୁମିକା ଅଛି ବୋଲି ପ୍ରମୁଖ ଶାସନ ସଚିବ ପତ୍ରରେ ଉଲ୍ଲେଖ କରିଛନ୍ତି। ସାମ୍‌ ଓ ମାମ୍‌ ଶିଶୁମାନଙ୍କ ସ୍ବାସ୍ଥ୍ୟ ଅଗ୍ରଗତିର ସମ୍ପୂର୍ଣ୍ଣ ତଥ୍ୟ ଆବଶ୍ୟକୀୟ ଫର୍ମାଟରେ ପୂରଣ କରି ପ୍ରତି ମାସର ୧୦ ତାରିଖ ମଧ୍ୟରେ ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନେ ଏହି ତଥ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜିଲ୍ଲାପାଳଙ୍କୁ ଅବଗତି କରାଇ ବିଭାଗକୁ ବି ପଠାଇବେ। କୋଭିଡ୍‌ ପରିସ୍ଥିତିରେ ଯେଉଁଠି ଏହି ଶିଶୁମାନଙ୍କ ପାଖରେ ପହଞ୍ଚିବା କଷ୍ଟସାଧ୍ୟ ହେବ ସେଠାରେ କାର୍ଯ୍ୟକର୍ତ୍ତାମାନେ ଟେଲିଫୋନ୍‌ ଯୋଗେ ଏସବୁର ତଦାରଖ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe