ଭିଜିଲାନ୍ସ ଜାଲରେ ଆଇସିଡିଏସ୍‌ ସୁପର ଭାଇଜର୍‌, ଅଙ୍ଗନବାଡ଼ି କର୍ମୀଙ୍କଠାରୁ ନେଉଥିଲେ ୧୦ ହଜାର

Advertisment
ଭିଜିଲାନ୍ସ ଜାଲରେ ଆଇସିଡିଏସ୍‌ ସୁପର ଭାଇଜର୍‌, ଅଙ୍ଗନବାଡ଼ି କର୍ମୀଙ୍କଠାରୁ ନେଉଥିଲେ ୧୦ ହଜାର

ବାଲେଶ୍ବର : ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ବରହମ୍‌ପୁର ଆଇସିଡିଏସ୍‌ ସୁପରଭାଇଜର ସୁବର୍ଣ୍ଣା ସିଂ। ନୂତନ ଭାବେ ନିଯୁକ୍ତି ପାଇଥିବା ଜଣେ ଅଙ୍ଗନବାଡ଼ି କର୍ମୀଙ୍କ କାଗଜପତ୍ର ଯାଞ୍ଚ ଆଳରେ ସେ ଉତ୍କୋଚ ଦାବି କରିଥିଲେ। ଏ ନେଇ କେସ୍ ନଂ ୧୯/୨୧ରେ ଭିଜିଲାନ୍ସ ମାମଲା ରୁଜୁ କରିବା ସହ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିଛି।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବରହମ୍‌ପୁର ସେକ୍ଟର ଅଧୀନ ନରଣପୁରଠାରେ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ବେଳେ ସେଠାରେ ନୂତନ ଭାବେ ସୀତାମଣି ଦେହୁରୀ ନିଯୁକ୍ତି ପାଇଛନ୍ତି। ନବନିଯୁକ୍ତ ଅଙ୍ଗନବାଡ଼ି କର୍ମୀଙ୍କ କାଗଜପତ୍ର ଯାଞ୍ଚ ବାବଦରେ ସେଠାକାର ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ସୁପରଭାଇଜର ସୁବର୍ଣ୍ଣା ସିଂ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଙ୍ଗନବାଡ଼ି କର୍ମୀଜଣକ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ସୁପରଭାଇଜରଙ୍କୁ ଧରିବା ଲାଗି ଭିଜିଲାନ୍ସ ଟିମ୍‌ ଜାଲ ବିଛାଇଥିଲା। ଆଜି ସୁପରଭାଇଜର ସୁବର୍ଣ୍ଣା ସିଂ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିବା ସହ ସମସ୍ତ ଟଙ୍କା ଜବତ କରିଥିଲା। ଅନ୍ୟପକ୍ଷରେ ଏହି ଲାଞ୍ଚ ମାମଲାରେ ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଥିବା ବେଳେ ଭିଜିଲାନ୍ସ ଏ ବାବଦରେ କିଛି ସ୍ପଷ୍ଟ କରିନାହିଁ। ଅଭିଯୁକ୍ତଙ୍କୁ ଧରାଯାଇଛି। ସେଥିରେ ଆଉ ଯାହାର ବି ସମ୍ପୃକ୍ତି ଜଣାପଡ଼ିବ, ତାଙ୍କୁ ତଦନ୍ତ ପରିସରକୁ ଅଣାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe