ଆଇଜିଏଚ୍‌କୁ ମିଳିଲା କୋଭିଡ୍ ପରୀକ୍ଷଣ ଅନୁମତି

Advertisment
ସପ୍ତାହେ ହେବ ଭିମ୍‌ସାରରେ ୱାଇଫାଇ ସେବା ବାଧାପ୍ରାପ୍ତ

ସମ୍ବଲପୁର: ଓଡ଼ିଶାର ଆଉ ଗୋଟିଏ ଅନୁଷ୍ଠାନକୁ କୋଭିଡ୍-୧୯ ପରୀକ୍ଷଣର ଅନୁମତି ମିଳିଛି। ରାଉରକେଲାର ଇସ୍ପାତ୍‌ ଜେନେରାଲ୍ ହସ୍‌ପିଟାଲ୍‌ରେ କୋଭିଡ୍ ପରୀକ୍ଷଣ ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।  ତେବେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନକୁ ମିଳିଛି ସର୍ତ୍ତମୂଳକ ଅନୁମତି।  ଏହି ଦୁଇ ହସ୍ପିଟାଲର କର୍ମଚାରୀଙ୍କୁ ଭୁବନେଶ୍ବର ଆରଏମଆରସିରେ ପ୍ରଶିକ୍ଷଣ ପରେ ନମୁନା ପରୀକ୍ଷଣ ଆରମ୍ଭ ହେବ। ଇସ୍ପାତ ଜେନେରାଲ୍ ହସ୍ପିଟାଲ ଆଇସିଏମ୍‌ଆରର କ୍ୟାଟେଗୋରି-୧ରେ ଥିବାରୁ ଏଠାରେ ପ୍ରଥମେ ନମୁନା ପରୀକ୍ଷା ଆରମ୍ଭ ହେବ।  ଭିମସାରରେ କେତେକ ଭିତ୍ତିଭୂମି ସଂପର୍କିତ ସର୍ତ୍ତ ପୂରଣ ପରେ ପରୀକ୍ଷା ଆରମ୍ଭ ହେବ।

publive-image

ଏ ଦୁଇଟି ସ୍ଥାନରେ କୋଭିଡ୍ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ପରୀକ୍ଷଣ କେନ୍ଦ୍ର ପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଆସନ୍ତା ୧୫ ତାରିଖରୁ ଭିମସାର୍‌ରେ ନମୁନା ପରୀକ୍ଷା ଆରମ୍ଭ ହେବ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଓଡ଼ିଶାର ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର (ଆର୍‌ଏମ୍‌ଆର୍‌ସି), ଏମ୍‌ସ ଓ ଏସ୍‌ସିବି ମେଡିକାଲ୍ କଲେଜ୍ କଟକରେ କୋଭିଡ୍ ପରୀକ୍ଷା ହେଉଥିଲା। ୩ ଦିନ ତଳେ ଏମ୍‌କେସିଜି ବ୍ରହ୍ମପୁରକୁ ଆଇସିଏମ୍ଆର୍‌ର ଅନୁମତି ମିଳିବା ପରେ ସେଠାରେ ମଧ୍ୟ ନମୁନା ପରୀକ୍ଷଣ ସମ୍ଭବ ହୋଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe