ସମ୍ବଲପୁର: ରବିବାର ଆଇସିଏସ୍ସିର ୧୦ମ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ସମ୍ବଲପୁରରେ ଥିବା ୨ଟି ବିଦ୍ୟାଳୟରେ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେଣ୍ଟ୍ ଯୋଶେଫ୍ କନ୍ଭେଣ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ଉପରେ ୨୩୪ ଜଣ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୯ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ୯୮.୮% ସହ ଆୟୁଷୀ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୯୮% ସହ ଅଭିଳାଷା ବାସା ଦ୍ବିତୀୟ ଏବଂ ୯୭.୮% ସହ ପ୍ରିୟଙ୍କା ଚୌଧୁରୀ ଓ ସିଦ୍ଧି ଜୈନ୍ ଯୁଗ୍ମ ଭାବେ ତୃତୀୟରେ ରହିଛନ୍ତି।
ସେଭଳି ସେଣ୍ଟ ଜୋନ୍ସ ବିଦ୍ୟାଳୟର ପାସ୍ ହାର ମଧ୍ୟ ଶତ ପ୍ରତିଶତ ରହିଛି। ଚଳିତବର୍ଷ ବିଦ୍ୟାଳୟର ୧୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର ଅନ୍ବେଷା ଦାଶ ୯୮.୮ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୯୬% ନମ୍ବର ରଖି ରୋଶନ ଗୌଡ଼ ଦ୍ବିତୀୟ ଏବଂ ୯୪.୮% ସହ ଅତୁଲ ପଣ୍ଡା ଓ ଆୟୂଷ ଭୋଇ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି।
Follow Us