ଭୁବନେଶ୍ବର : ଆଇସିଟି ସଂଯୋଜକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ୬ ଦିନ ହେବ ଧାରଣାରେ ବସିଥିବା ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ଆଜି ଲୋୟର ପିଏମ୍ଜିରେ ଗର୍ଜିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଆଇସିଟି ସଂଯୋଜକ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହରିଥିଲେ। ଆନ୍ଦୋଳନକାରୀମାନେ କମ୍ପ୍ୟୁଟର୍କୁ କୋକେଇରେ ଆଣିଥିଲେ। ହରିନାମ ସତ୍ୟ ହେ.... ରାମ ନାମ୍ ସତ୍ୟ ହେ... ଉଚ୍ଚାରଣ କରି ଖଇକଉଡ଼ି ପକାଇ ବିଧାନସଭା ଆଡ଼କୁ ମାଡ଼ି ଚାଲିଥିଲେ। ଆଗରେ ଥିବା ପୁଲିସ କର୍ମଚାରୀମାନେ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଚେଷ୍ଟାକରିଥିଲେ। ଏହାକୁ ନେଇ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବହୁ ସମୟ ଧସ୍ତାଧସ୍ତି ପରେ ଆନ୍ଦୋଳନକାରୀ ସେଠାରେ ବସି ରହିଥିଲେ। ଏହାପରେ ଏକ ପ୍ରତିନିଧି ମଣ୍ଡଳୀ ଓପେପା ନିର୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କୁ ଭେଟି ଦାବିପତ୍ର ଦେଇ ଥିଲେ। ଏ ସଂପର୍କରେ ସେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦେଳନକାରୀ ସେଠାରୁ ଉଠି ଧାରଣାସ୍ଥଳକୁ ଯାଇଥିଲେ। ତେବେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି। ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ। ଏଥିପାଇଁ ସରକାର ଦାୟୀ ରହିବେ ବଲେି ସଂଘ ପକ୍ଷରୁ କୁହାଯାଇଛି। ଆଜିର ଏହି ଆନ୍ଦୋଳନରେ ସମ୍ପାଦକ ଦିଲ୍ଲୀପ ନାୟକ, କାର୍ଯ୍ୟକାରୀ ସଭାପତି ସୌମ୍ୟରଞ୍ଜନ ମଲ୍ଲିକ ପ୍ରମୁଖ ନେତୃତ୍ବ ନେଇଥିଲେ।
ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘର ବିଶାଳ ଶୋଭାଯାତ୍ରା
Advertisment
Follow Us