ଇଡ୍‌କୋର ପ୍ରାକ୍ତନ ସିଏମଡି ଏଲ.ଏନ ବାରିକଙ୍କ ପରଲୋକ

Advertisment
ଇଡ୍‌କୋର ପ୍ରାକ୍ତନ ସିଏମଡି ଏଲ.ଏନ ବାରିକଙ୍କ ପରଲୋକ

ଭୁବନେଶ୍ବର : ‘ଇଡ୍‌କୋ’ର ପୂର୍ବତନ ସିଏମଡି ତଥା ‘ଆର ଆଣ୍ଡ୍ ବି’ର ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ବାରିକଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ନୂଆ ଭିତ୍ତିଭୂମି ନିର୍ମାଣରେ ପ୍ରମୁଖ ବିନ୍ଧାଣି ଥିବା ଏଲ୍.ଏନ୍ ବାରିକ ନାମରେ ସମଗ୍ର ଓଡ଼ିଶାରେ ପରିଚିତି ସହ ଲୋକପ୍ରିୟ ଥିଲେ। ଯନ୍ତ୍ରୀ ଭାବେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କର ସେ ପ୍ରିୟଭାଜନ ହୋଇପାରିଥିଲେ।

୧୯୩୩ ମସିହା ଜୁଲାଇ ୧ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ରହଣିଆ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଭୁବନେଶ୍ଵର ସହିଦନଗରରେ ସ୍ଥାୟୀ ବାସିନ୍ଦା ଜୀବନ ନିର୍ବାହ କରିଥିଲେ। ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପରିଡ଼ା ତାଙ୍କର ସମୁଦି। ଦକ୍ଷ ପ୍ରଶାସକ ଓ ପରୋପକାରୀ ବ୍ୟକ୍ତି ଭାବେ ସୁନାମ ଅର୍ଜନ କରିଥିଲେ। ଦୀର୍ଘଦିନ ହେଲା ବାର୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଶଯ୍ୟାଶାୟୀ ଥିଲେ। ଆଜି ସକାଳେ ଆପୋଲୋ ହସ୍‌ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୩ ପୁଅ, ବୋହୂ ଓ ଦୁଇଝିଅ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe