ଭୁବନେଶ୍ୱର : ବେଆଇନ୍ ଖଣି ଖନନ ମାମଲାରେ ସୁପ୍ରିମକୋର୍ଟ ଗତକାଲି କଠୋର ଆଭିମୁଖ୍ୟ ଗ୍ରହଣ କରି ଇଡ୍କଲ୍କୁ ୧୨ ପ୍ରତିଶତ ସୁଧ ସହ ଜରିମାନା ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି। ଗତକାଲି ଶୁଣାଣି ବେଳେ ଜରିମାନା ବାବଦରେ ଧାର୍ଯ୍ୟ କରାଯାଇଥିବା ଅର୍ଥ ଇଡ୍କଲ୍ ୧୦ ଦିନ ବିଳମ୍ବରେ ପୈଠ କରିଥିବା ନେଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ଆଜିର ସଂସ୍କରଣରେ ଏହି ଅର୍ଥ ଇଡକଲ୍ ଆଦାୟ କରିବ ବୋଲି ଭୁଲ କ୍ରମେ ପ୍ରକାଶ ପାଇଛି। ବିଚାରପତି ଜଷ୍ଟିସ ମଦନ ବି ଲକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।
୧୨% ସୁଧ ସହ ଜରିମାନା ଦେବ ଇଡ୍କଲ୍
Advertisment
Follow Us