ପ୍ରାପ୍ୟ ନଦେଇ ବିଦା କରିଦେଲେ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହେଲା ଏଏନଏମ କର୍ମୀଙ୍କ ଧାରଣା

Advertisment
୨୪ ଦିନରେ ପାରାମେଡିକାଲ କର୍ମଚାରୀ ସଂଘର ଆନ୍ଦୋଳନ

କରୋନାରେ ଜୀବନକୁ ବାଜିରେ ରଖି କାମ କରିଥିଲେ
ତେଜିଲା ଆନ୍ଦୋଳନ, ସାଙ୍ଗରେ ଧାରଣାରେ ବସିବେ ଜେଏମଏମ ଜିଲ୍ଲା ସଭାପତି

ବାରିପଦା : ତେଜିଛି ଏଏନଏମ କର୍ମୀଙ୍କ ଆନ୍ଦୋଳନ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬ ଦିନ ଓ ରାତି ଧାରଣାରେ ବସିବା ପରେ କୌଣସି ସୁଫଳ ମିଳିଲାନାହିଁ। ତେଣୁ ଆଜିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଛନ୍ତି କରୋନା କାଳରେ ନିୟୋଜିତ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ୪୦୪ ଏଏନଏମ କର୍ମୀ। ପୁନଃନିଯୁକ୍ତି, ପ୍ରାଦ୍ୟ ଦରମା ପ୍ରଦାନ ଆଦି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦିନରାତି ଧାରଣାରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି।

ତେବେ ଦୁଃଖର କଥା ଏହାଯେ କରୋନାର ସର୍ବାଧିକ ପ୍ରକୋପ ସମୟରେ ସ୍ବାବ୍‌ ସଂଗ୍ରହ ଭଳି ବିପଦପୂର୍ଣ୍ଣ କାମ କରୁଥିବା ଏହି ଏଏନଏମ କର୍ମୀଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ୩ମାସର ଦରମା ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛନ୍ତି। ଆଜି ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହିତ ଏସମ୍ପର୍କରେ ଆଲୋଚନା ସମୟରେ କିପରି ଦରମା ମିଳିବ ସେନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା ଶୁଣିବା ପରେ ଏଏନଏମ କର୍ମୀମାନେ ଆହୁରି ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। କିପରି ସରକାର ସେମାନଙ୍କର ଦରମା ପ୍ରଦାନ ନେଇ ମଧ୍ୟ ସାମାନ୍ୟ ସମ୍ବେଦନଶୀଳତା ଦେଖାଉନାହିଁ ସେନେଇ ଧାରଣାରତ କର୍ମୀମାନେ ରାଜ୍ୟ ସରକାର ଏବଂ ଜିଲ୍ଲାପ୍ରଶାସନକୁ କୁତ୍ସାରଟନା କରିଛନ୍ତି। ସେହିପରି ସେମାନଙ୍କର ପୁନଃନିଯୁକ୍ତିକୁ ନେଇ ମଧ୍ୟ ରାଜ୍ୟ ସରକାର ବିଚାର କରିବା ଆବଶ୍ୟକ ବୋଲି ଦାବି ହୋଇଛି।

ତେବେ ଆଜି ଆନ୍ଦୋଳନରତ ଏଏନଏମ କର୍ମୀଙ୍କୁ ଜେଏମଏମ ଜିଲ୍ଲା ସଭାପତି ଫାଗୁ ହାଁସଦା ଭେଟି ଆଶ୍ବାସନା ଦେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଶ୍ରୀ ହାଁସଦା ସୂଚନା ଦେଇଛନ୍ତି। ତେବେ ଖରା ବର୍ଷା ଶୀତ କାକରରେ ବାହାରେ ପଡ଼ି ଧାରଣାରେ ବସିଥିବା ମହିଳା ଏଏନଏମ କର୍ମୀମାନଙ୍କ ସମ୍ପର୍କରେ ରାଜ୍ୟ ସରକାର ସହୃଦୟତାର ସହିତ ବିଚାର ନିମନ୍ତେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe