ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ରସୋଳ ପଞ୍ଚାୟତ ବ୍ରାହ୍ମଣୀପାଳ ସ୍ଥିତ ଟାଟା ଫେରୋ ଆଲଏଜ ପ୍ଲାଣ୍ଟ ସମ୍ମୁଖରେ ଗୁରୁବାର ଦିନ ଫେରୋ ଆଲଏଜ ଶ୍ରମିକ ସଂଘ ପକ୍ଷରୁ ସକାଳ ୭ ଟାରୁ ୧୨ ଟା ପର୍ଯ୍ୟନ୍ତ ତିନି ଦଫା ଦାବିରେ ଧାରଣା ଦିଆଯାଇଥିଲା। ସଙ୍ଘର ସମ୍ପାଦକ ଦୈତାରୀ ମହାନ୍ତ, କାର୍ଯ୍ୟକାରୀ ସଭାପତି ବାବାଜି ବାରିକଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଧାରଣାରେ ବସିଥିଲେ। ପ୍ଲାଣ୍ଟ କର୍ତ୍ତୃପକ୍ଷ ଏବଂ ସଂଘର ପ୍ରତିନିଧି ଦଳ କେନ୍ଦୁଝର ଶ୍ରମ କାର୍ଯ୍ୟାଳୟକୁ ଯାଇ ଦାବି ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଦାବି ପୂରଣ ନ ହେଲେ ପୁଣି ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଧାରଣାରେ କାଠିଆ ଜେନା, ଅଜୟ ମହାରଣା, ମହେଶ୍ୱର ଦେହୁରୀ ପ୍ରମୁଖ ସାମିଲ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us