ନୂତନ ପ୍ରଜାତିର ସାମୁଦ୍ରିକ ମାଛ ଚିହ୍ନଟ

Advertisment
ନୂତନ ପ୍ରଜାତିର ସାମୁଦ୍ରିକ ମାଛ ଚିହ୍ନଟ

ଗୋପାଳପୁର: ଗୋପାଳପୁରସ୍ଥିତ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରରେ ଏକ ନୂତନ ପ୍ରଜାତିର ସାମୁଦ୍ରିକ ମାଛ ଚିହ୍ନଟ କରାଯାଇଛି। ଏହି ମାଛକୁ ହାପ୍ଲୋସେବାଷ୍ଟିସ୍‌ ଆରମାଟସ ବୋଲି କୁହାଯାଉଛି। ଚଳିତ ବର୍ଷ ଓଡ଼ିଶାର ପାରାଦୀପରୁ ପ୍ରଥମ ଥର ୨ଟି ଓ ଦୀଘା ଠାରୁ ୨୨ଟି ଏହି ନୂତନ ବିରଳ ପ୍ରଜାତିର ମାଛ ଧରାପଡିଥିଲା। ଏହି ମାଛ ୧୯୨୯ ମସିହାରେ ପ୍ରଶାନ୍ତ ମହାସାଗରରେ ଦେଖାଯାଇଥିବା ଗବେଷକ ମାନେ କହିଛନ୍ତି। ଏହା ବିରଳ ପ୍ରଜାତିର ହୋଇଥିବାରୁ ଏହାର ପରୀକ୍ଷାନିରୀକ୍ଷା ପାଇଁ ଗୋପାଳପୁରସ୍ଥିତ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରକୁ ପଠାଯାଇଥିଲା। ଏହି ମାଛକୁ ହାପ୍ଲୋସେବାଷ୍ଟିସ ଆରମାଟସ୍‌ ବୋଲି ନାମକରଣ କରାଯାଇଛି। ଏହା ବିଷାକ୍ତ ଥିବା ଯୋଗୁଁ  ଫ୍ଲାବାର ‌ସ୍କୋରପିଅନ ଫିସ୍‌ ବୋଲି କୁହାଯାଉଥିବା କେନ୍ଦ୍ରର ବୈଜ୍ଞାନିକ ଡ.ଅନିଲ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe