ନୂତନ ପ୍ରଜାତିର ଉଭୟଚର ‘ଆମ୍ଫିପୋଡ୍’ ଚିହ୍ନଟ

Advertisment
ନୂତନ ପ୍ରଜାତିର ଉଭୟଚର ‘ଆମ୍ଫିପୋଡ୍’ ଚିହ୍ନଟ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ନିକଟସ୍ଥ ରମ୍ଭା ଉପକୂଳରେ ନୂତନ ପ୍ରଜାତିର ଉଭୟଚର ଜୀବ ଆମ୍ଫିପୋଡ୍ ଚିହ୍ନଟ ହୋଇଛି। ୨୦୨୩ରେ ଏହି ଜୀବକୁ ପାଇବା ପରେ ବିଭାଗକୁ ଆଣାଯାଇ ଡ. ଶେଷଦେବ ପାତ୍ର, ଗବେଷିକା ଗୀତାଞ୍ଜଳି ଭୋଇ, ପିଜି ଛାତ୍ର ଆର୍‌.କିରଣ କୁମାର ପରୀକ୍ଷାଗାରରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ଜୀବଟି ଦେଖିବାକୁ ଚିଙ୍ଗୁଡ଼ି ଭଳି ଏବଂ ଏହାର ରଙ୍ଗ ଫିକା ହଳଦିଆ। ଏହାର ୧୩ ଯୋଡ଼ା ଗୋଡ଼ ରହିଥିବା ବେଳେ ଆଗର ୨ଟି ଗୋଡ଼ ଶିକାର କରିବା ସହ ଖାଦ୍ୟ ପାଇଁ ବ୍ୟବହାର କରିଥାଏ। ଏମାନେ ବିଷାକ୍ତ ନଥିବାରୁ ମାଛ ଓ ପକ୍ଷୀମାନେ ଖାଇଥାନ୍ତି।

ଏହାର ଗୋଡ଼ ଛୋଟ କଣ୍ଟା ଭଳି ମୁନିଆ ଏବଂ ଲମ୍ବ ୧୩ ମିମି। ଏମାନେ ଉଭୟ ସ୍ଥଳ ଓ ଜଳରେ ବସବାସ କରନ୍ତି। ଏହାର ନାମକରଣ ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟକୁ ଆଧାର କରି ଫ୍ଲୋରସର ଚେଷ୍ଟିୟା ଓଡ଼ିଶୀ ବୋଲି ନାମକରଣ ରଖାଯାଇଛି। ଏହି ଜୀବର ସମସ୍ତ ତଥ୍ୟ ଆଇଲାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ବିଶେଷଜ୍ଞ ଆଲାନ ମାୟର୍ସଙ୍କୁ ନୂତନ ପ୍ରଜାତିର ଜୀବ ଭାବି ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥିଲା। ଏହା ନୂତନ ପ୍ରଜାତିର ହୋଇଥିବାରୁ ସମ୍ପୂର୍ଣ୍ଣ ତଥ୍ୟକୁ ନିୟୁଜଲାଣ୍ଡ ସ୍ଥିତ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଜର୍ଣ୍ଣାଲ୍‌ ଟାକ୍ସାକୁ ପ୍ରଦାନ କରାଯାଇଥିଲା। ଟାକ୍ସାରେ ଏହା ପ୍ରକାଶିତ ହୋଇଛି। ଏହି ଜୀବ ଉପରେ ଅଧିକ ଗବେଷଣା କରାଯାଉଥିବା ଏବଂ ଚଳିତ ବର୍ଷ ବିଭାଗ ପକ୍ଷରୁ ପାଞ୍ଚଟି ନୂତନ ପ୍ରଜାତିର ଜୀବ ଚିହ୍ନଟ ହୋଇଥିବା ନେଇ ବିଭାଗର ସହକାରୀ ପ୍ରଧ୍ୟାପକ ଡ.ଶେଷଦେବ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe