ଇଡ଼ିତାଲ ଚିତ୍ରକଳାକୁ ଜିଆଇ ଟ୍ୟାଗ ମିଳିଲା, ଦୀର୍ଘ ଦିନର ଦାବି ପୂରଣ ହେଲା: ଗୁରୁ ଲକ୍ଷ୍ମଣ ଶବର

Advertisment
ଇଡ଼ିତାଲ ଚିତ୍ରକଳାକୁ ଜିଆଇ ଟ୍ୟାଗ ମିଳିଲା, ଦୀର୍ଘ ଦିନର ଦାବି ପୂରଣ ହେଲା: ଗୁରୁ ଲକ୍ଷ୍ମଣ ଶବର

ରାୟଗଡ଼ା: ‘ଇଡି‘ ଅର୍ଥ ଚିତ୍ର ଓ ‘ତାଲ‘ ଅର୍ଥ କାନ୍ଥ। ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ କାନ୍ଥଚିତ୍ର ଅର୍ଥାତ ଇଡିତାଲକୁ ମିଳିଛି ଭୌଗଳିକ ସଂକେତ ବା ଜିଆଇ ଟ୍ୟାଗ। ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ଲାଞ୍ଜିଆ ସୌର ଏବଂ ଗୁରୁ ଲକ୍ଷ୍ମଣ ଶବରଙ୍କ ଖୁସି କହିଲେ ନସରେ। ଦୀର୍ଘ ଦିନର ଦାବି ପୂରା ହୋଇଛି ବୋଲି ଶ୍ରୀ ଶବର କହିଛନ୍ତି। ସେ କହିଛନ୍ତି ଯେ, ସୌରା ଜନଜାତି କାହିଁ କେଉଁ କାଳରୁ ଏହି ଚିତ୍ରକଳା ନିଜର ଘରର କାନ୍ଥରେ ଆଙ୍କି ଆସୁଛନ୍ତି। ଏହାଦ୍ବାରା ଘରେ ଶାନ୍ତି, ଶତ୍ରୁ କ୍ଷୟ, ଧନଧାନ୍ୟରେ ପୂର୍ଣ୍ଣ ହେବା ଏହାର ପ୍ରତୀକ ବୋଲି କୁହାଯାଇଛି। ଏହି ଜନଜାତି ଯେତେବେଳେ ଘରେ ପୂଜାର୍ଚ୍ଚନା କରନ୍ତି, ସେହି ସମୟରେ ଏହି ଇଡିତାଲ ସମସ୍ତ ସୌର ଜନଜାତିଙ୍କ କାନ୍ଥରେ ଦେଖିବାକୁ ମିଳେ।

ଜିଆଇ ଟ୍ୟାଗ ପାଇବା ପରେ ଇଡିତାଲ ଏବଂ ସର୍ବବୃହତ ହୋଇଯାଇଛି। ଗତ ସେପ୍ଟେମ୍ବରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ପଞ୍ଚାନନ ସାମଲ ପୁଟାସିଂ ପଞ୍ଚାୟତର ରିଞ୍ଜିତାଲ ଓ ଆଖପାଖ ଅଂଚଳ ବୁଲି ଇଡିତାଲ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ଏହାକୁ ଦେଶ ବିଦେଶରେ କିପରି ପ୍ରଚାର ପ୍ରସାର କରାଯିବ ସେନଇ ବିଭାଗୀୟ ମନ୍ତ୍ରୀ, ଲଳିତକଳା ଏକାଡେମୀର ସଭାପତି ପ୍ରମୁଖ ଏହି ଅଂଚଳ ଗସ୍ତ କରି ଇଡିତାଲକୁ ଆହୁରି ଲୋକଲୋଚନ କରିବେ ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ହୋଇପାରି ନାହିଁ। ଜିଆଇ ଟ୍ୟାଗ ପାଇବା ପରେ ହୁଏତ ଆଗକୁ ଏକ ବଡ ଧରଣର କାର୍ଯ୍ୟକ୍ରମ ହୋଇପାରେବ ବୋଲି କୁହାଯାଇଛି। ଗୁଣୁପୁର ବ୍ଲକର ପୁଟାସିଂ, ଶଗଡା, ଆବଡା, ଟଲଣା, ଜଲତାରା, ଚିନ୍ନାସାରି, କୁଲୁସିଂ ଭଳି ପଞ୍ଚାୟତରେ ବାସ କରୁଥିବା ସୌର ଜନଜାତିର ଲୋକେ ନିଜ ଘରେ ଏବେ ଜୋରସୋରରେ ଇଡିତାଲ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe