ତଳଗଡ଼ ମହାବୀର ମନ୍ଦିରରୁ ହୁଣ୍ଡି ବାକ୍ସ ଓ ପୂଜା ସାମଗ୍ରୀ ଚୋରି

Advertisment
ତଳଗଡ଼ ମହାବୀର ମନ୍ଦିରରୁ ହୁଣ୍ଡି ବାକ୍ସ ଓ ପୂଜା ସାମଗ୍ରୀ ଚୋରି

ବାଲିଅନ୍ତା: କିଛି ଦିନର ନିରବତା ପରେ ବାଲିଅନ୍ତା ଥାନା ଅଞ୍ଚଳରେ ପୁଣି ମନ୍ଦିର ଲୁଟେରା ସକ୍ରିୟ ହୋଇପଡ଼ିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ତଳଗଡ଼ ଗ୍ରାମର ମହାବୀର ମନ୍ଦିର ତାଲାଭାଙ୍ଗି ଦୁର୍ବୃତ୍ତମାନେ ଦୁଇଗୋଟି ପାଣିଉଠା ମଟର ସମେତ ବିଭିନ୍ନ ପୂଜା ସାମଗ୍ରୀ ଯଥା- ପିତ୍ତଳ ବାସନକୁସନ ଲୁଟି ନେଇଛନ୍ତି। ଲୁଟ ସାମଗ୍ରୀର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣେ ଗ୍ରାମବାସୀ କହିଛନ୍ତି। ଏଥିସହିତ ମନ୍ଦିର ପରିସରରେ ଥିବା ହୁଣ୍ଡିବାକ୍ସକୁ ମଧ୍ୟ ନେଇଯାଇଛନ୍ତି। ମନ୍ଦିର କମିଟି ଏସଂପର୍କ‌େରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

publive-image

ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆଖପାଖରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ମିଳିନାହିଁ। ବାଲିଅନ୍ତା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଗତମାସରେ ନୂତନ ଭାବେ ନିର୍ମିତ ଉକ୍ତ ମନ୍ଦିର ପ୍ରତିଷ୍ଠା କରାଯାଇ ବିଗ୍ରହ ପ୍ରତିଷ୍ଠା ହୋଇଥିଲା। ହେଲେ ମାତ୍ର ଦିନ କେଇଟା ମଧ୍ୟରେ ମନ୍ଦିରରୁ ଲୁଟ ହେବା ଘଟଣା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe