ଅଢ଼େଇ କୋଟି ଟଙ୍କାର ୨ଟି ଅଷ୍ଟଧାତୁ ମୂର୍ତ୍ତି ଜବତ, ଜଣେ ଗିରଫ

Advertisment
ଅଢ଼େଇ କୋଟି ଟଙ୍କାର ୨ଟି ଅଷ୍ଟଧାତୁ ମୂର୍ତ୍ତି ଜବତ, ଜଣେ ଗିରଫ

ଖୋର୍ଦ୍ଧା: କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଖଣ୍ଡଗିରି ଅଂଚଳରେ ଅତର୍କିତ ଭାବରେ ଚଢ଼ାଉ କରି ୨ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ଏହି ଘଟଣାରେ ଯଦୁପୁର ଗାଁର ଅଭିଯୁକ୍ତ ସୟଦ ଜିଲନୁର ଗିରଫ ହୋଇଛି। ଉଦ୍ଧାର ହୋଇଥିବା ଗୋଟିଏ ମୂର୍ତ୍ତିର ଓଜନ ୧୮.୪୪ କେଜି ହୋଇଥିବା ବେଳେ ଅନ୍ୟଟିର ଓଜନ ୧୨.୬ କିଜି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

publive-image

ଚୋରୀ ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଡିଏସ୍‌ପି ପି.ଆର. ଶତପଥୀଙ୍କ ନେତୃତ୍ୱରେ ଯଦୁପୁର ଗାଁର ସୟଦ ଜିଲନୁର ଓରଫ ରାଜା (୪୦)ଙ୍କ ଘରେ ମଙ୍ଗଳବାର ମଧ୍ୟ ରାତ୍ରୀରେ ଚଢ଼ାଉ କରାଯାଇଥିଲା। କୋଟି କୋଟି ଟଙ୍କାରେ ବିକ୍ରି କରିବା ଉଦ୍ଦେଶ୍ୟରେ ଏହି ମୂଲ୍ୟବାନ ମୂର୍ତ୍ତି ଦ୍ୱୟକୁ ମନ୍ଦିରରୁ ଚୋରୀ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ କହିଛି, ମୂର୍ତ୍ତି ଦ୍ୱୟର ବଜାର ମୂଲ୍ୟ ଅଢ଼େଇ କୋଟି ଟଙ୍କା ହେବ।

ଏସ୍‌ଟିଏଫ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ରାଜ ଆଜି ସକାଳୁ ଗରିଫ ହେବା ପରେ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ବେଳେ କ୍ରାଇମବ୍ରାଞ୍ଚକୁ ରାଜା ସହିତ ଅନ୍ତରାଜ୍ୟ ଓ ବିଦେଶ ସଂସ୍ଥା ସହିତ ସଂପର୍କ ଥିବା ଜାଣି ପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe