ଆପଣଙ୍କ ମୋବାଇଲ ହଜିଯାଏ କିମ୍ବା ଚୋରି ହୋଇଯାଏ, ଜାଣନ୍ତୁ ଓଡ଼ିଶା ପୁଲିସ ପକ୍ଷରୁ କି ସହଜ ବ୍ୟବସ୍ଥା କରାଯାଇଛି?

Advertisment
ଆପଣଙ୍କ ମୋବାଇଲ ହଜିଯାଏ କିମ୍ବା ଚୋରି ହୋଇଯାଏ, ଜାଣନ୍ତୁ ଓଡ଼ିଶା ପୁଲିସ ପକ୍ଷରୁ କି ସହଜ ବ୍ୟବସ୍ଥା କରାଯାଇଛି?

ଭୁବନେଶ୍ବର: ଆଜିକାଲି ଅନେକ ଲୋକଙ୍କ ମୋବାଇଲ ହଜିଯାଉଥିବାର  କିମ୍ବା ଚୋରି ହୋଇଯାଉଥିବାର ଅଭିଯୋଗ ହେଉଛି। ଏଭଳି କ୍ଷେତ୍ରରେ ସେମାନଙ୍କୁ ଆଉ ଅଧିକ ଧାଁଦଉଡ଼ ହେବାକୁ ପଡ଼ିବନି କି ଚିନ୍ତିତ ହେବାକୁ ପଡ଼ିବନି। ଏଥିଲା ଓଡ଼ିଶା ପୁଲିସ ପକ୍ଷରୁ ପ୍ରତିକାରର ବ୍ୟବସ୍ଥା କରାଯାଇଛି।

ଏନେଇ ଓଡ଼ିଶା ପୁଲିସ ପକ୍ଷରୁ ସୂଚିତ କରାଯାଇଛି କି, ଯଦି ଆପଣଙ୍କ ମୋବାଇଲ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ନିଜକୁ ଅଯଥା ଭାରାକ୍ରାନ୍ତ ନକରି ପ୍ରଥମ ପଦକ୍ଷେପ ସ୍ୱରୁପ ceir.sancharsaathi.gov.in/Home/index.jsp ଲିଙ୍କରେ କ୍ଲିକ୍ କରି ମୋବାଇଲକୁ ବ୍ଲକ୍ କରନ୍ତୁ । ଏହି ପଦକ୍ଷେପ ଆପଣଙ୍କୁ ଏକ ବଡ଼ ସାଇବର ଠକେଇରୁ ରକ୍ଷା କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe