‘ରାଜ୍ୟରେ ବିଜେପି ସରକାର ଆସିଲେ ଜୋର୍‌ ଧରିବ ବିକାଶ’

Advertisment

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିର୍ବାଚନ ପ୍ରଚାର

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିର୍ବାଚନ ପ୍ରଚାର

‘ରାଜ୍ୟରେ ବିଜେପି ସରକାର ଆସିଲେ ଜୋର୍‌ ଧରିବ ବିକାଶ’

ବାଲିଆପାଳ: ରାଜ୍ୟରେ ବିଜେପି ସରକାର ଆସିଲେ ବିକାଶ ଜୋର୍‌ ଧରିବ। ବାଲେଶ୍ବରଠାରେ ବିଜେପିର ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା କହିଛନ୍ତି। ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ବ୍ଲକ୍‌ ରତାଇ ପଞ୍ଚାୟତ ହାଟପଡ଼ିଆରେ ଏହି ସଭାର ଆୟୋଜନ କରାଯାଇଥିଲା। ନିର୍ବାଚନମଣ୍ଡଳୀ ସଂଯୋଜକ ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ବିଶ୍ୱରେ ଏକ ବୃହତ ଅର୍ଥନୀତି ରାଷ୍ଟ୍ର ଭାବେ ପରିଗଣିତ ହେବାକୁ ଯାଉଛି ବୋଲି କହିଥିଲେ। ତୃତୀୟଥର ପାଇଁ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି କହି ସାଂସଦ ପ୍ରାର୍ଥୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଓ ବସ୍ତା ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ଅଣ୍ଡିଆଙ୍କ ପାଇଁ ଭୋଟ୍‌ ମାଗିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଶ୍ରୀ ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ଶ୍ରୀ ଅଣ୍ଡିଆଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁକାନ୍ତ ଭରଦ୍ବାଜ, ବସ୍ତା ନିର୍ବାଚନମଣ୍ଡଳୀ ପ୍ରଭାରୀ ପର୍ଶୁରାମ ପରିଡ଼ା, ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ୟାମପ୍ରସାଦ ବେହେରା, ରବୀନ୍ଦ୍ର ଜୈନ, ଅରବିନ୍ଦ ବେହେରା, ଯୁବମୋର୍ଚ୍ଚ ଜିଲ୍ଲା ସଭାପତି ରାଜେଶ ମହାପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟ ଦଳର କର୍ମୀ ବିଜେପିରେ ଯୋଗ ଦେଇଥିଲେ। ସୁବଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଭୋଗରାଇ ନିର୍ବାଚନମଣ୍ଡଳୀ ଅଧୀନ ହେଲିପ୍ୟାଡ୍‌ ପଡ଼ିଆ ଏବଂ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଳନ୍ଦା ପଡ଼ିଆରେ ଆୟୋଜିତ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe