ପରିବାର ମାର୍ଜିତ ହେଲେ ସମାଜରେ ସଂସ୍କାର ଆସିବ: ଅନଙ୍ଗ

Advertisment

ଆଜି ବାପ-ପୁଅ ମଧ୍ୟରେ ଜମି ଓ ଅର୍ଥକୁ ନେଇ ଅନର୍ଥ ସୃଷ୍ଟି ହେଉଛି। କୋର୍ଟ କଚେରିରେ ମାମଲା ପହଞ୍ଚୁଛି। ପରିବାରରେ ସକାରାତ୍ମକ ମାନସିକତାରେ କାର୍ଯ୍ୟ କଲେ ହିଁ ସୁଖୀ ପରିବାର ଗଠନ ହୋଇପାରିବ।

ଆଜି ବାପ-ପୁଅ ମଧ୍ୟରେ ଜମି ଓ ଅର୍ଥକୁ ନେଇ ଅନର୍ଥ ସୃଷ୍ଟି ହେଉଛି। କୋର୍ଟ କଚେରିରେ ମାମଲା ପହଞ୍ଚୁଛି। ପରିବାରରେ ସକାରାତ୍ମକ ମାନସିକତାରେ କାର୍ଯ୍ୟ କଲେ ହିଁ ସୁଖୀ ପରିବାର ଗଠନ ହୋଇପାରିବ।

ddaad

ଭୁବନେଶ୍ବର: ଆଜି ବାପ-ପୁଅ ମଧ୍ୟରେ ଜମି ଓ ଅର୍ଥକୁ ନେଇ ଅନର୍ଥ ସୃଷ୍ଟି ହେଉଛି। କୋର୍ଟ କଚେରିରେ ମାମଲା ପହଞ୍ଚୁଛି। ପରିବାରରେ ସକାରାତ୍ମକ ମାନସିକତାରେ କାର୍ଯ୍ୟ କଲେ ହିଁ ସୁଖୀ ପରିବାର ଗଠନ ହୋଇପାରିବ। ପରିବାର ମାର୍ଜିତ ହେଲେ, ସମାଜରେ ସଂସ୍କାର ଆସିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକ କହିଛନ୍ତି।
ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ପଞ୍ଚଦିବସୀୟ ‘ପରିବେଶ, ପରିବାର, ଗଣତନ୍ତ୍ର ଓ ଆଧ୍ୟାତ୍ମିକତା’ ଆଲୋଚନାଚକ୍ରର ତୃତୀୟ ଦିବସର ପୂର୍ବାହ୍‌ଣ ଅଧିବେଶନରେ ଅନୁଷ୍ଠିତ ‘ଜାତୀୟ ପରିବାର ସମ୍ମିଳନୀ’କୁ ନ୍ୟାୟମୂର୍ତ୍ତି ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରି ପରିବାରକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମଦ୍ ବାବା ବଳିଆଙ୍କ ଉଦ୍ୟମ ଭାରତବର୍ଷର ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି କହିଥିଲେ। ଶ୍ରୀମଦ୍ ବାବା ବଳିଆ ତାଙ୍କ ବକ୍ତବ୍ୟରେ କହିଲେ, ପରିବାରକୁ ଏକ କରି ରଖିବାକୁ ଆମ ସଂସ୍କୃତିରେ ଦେବତାମାନଙ୍କର ପରିକଳ୍ପନା କରାଯାଇଛି। ଭଗବାନ ଶିବଙ୍କ ପରିବାରର ଉଦାହରଣ ଦେଇ କହିଲେ, ଗୋଟିଏ ସ୍ଥାନରେ ସହାବସ୍ଥାନ କରିବା ସୁଖୀ ପରିବାରର ନମୁନା। ଆଜି ଆମେ ଖାଉଥିବା ଖାଦ୍ୟ ଠିକ୍ ନଥିବାରୁ ସମାଜରେ ସବୁ ପ୍ରକାର ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର ବଢ଼ି ଚାଲିଛି। ଏଥିପାଇଁ ଗୁରୁମାନଙ୍କର ମାର୍ଗଦର୍ଶନ ହିଁ ପରିବାର ଗଠନରେ ସହାୟକ ହେବ।

ସକାରାତ୍ମକ ମାନସିକତା ହିଁ ଶାନ୍ତି ଦେଇ ପାରିବ: ବାବା ବଳିଆ

ବରିଷ୍ଠ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ବେଦର ଷୋଳ ସଂସ୍କାର କଥା କହିଥିଲେ। ସେ କହିଲେ ପରିବାରକୁ କିଭଳି ନ୍ୟାୟ ମିଳିବ, ଆମ ଠାକୁର ଶ୍ରୀଜଗନ୍ନାଥ ତା’ର ଉଦାହରଣ। ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ କାର୍ଯ୍ୟ ସମ୍ପୂର୍ଣ୍ଣ ପରିବାରକୁ ନେଇ ଉଦ୍ଦିଷ୍ଟ। ଖ୍ରୀଷ୍ଟଧର୍ମର ପ୍ରତିନିଧି ୟୁନିୟନ ଚର୍ଚ୍ଚର ଆୟୁବ ଛିଞ୍ଚାଣି ଖ୍ରୀଷ୍ଟଧର୍ମରେ ପ୍ରଭୁ ଯୀଶୁ ସୁଖୀ ପରିବାର ଗଠନର ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ବାହ’ଈ ଧର୍ମର ପ୍ରତିନିଧି ଡ. ସୂର୍ଯ୍ୟପ୍ରକାଶ ଧର୍ମକୁ ବିଜ୍ଞାନସମ୍ମତ ଭାବେ ବ୍ୟବହାର କରି ପରିବାରରେ ସମସ୍ତଙ୍କୁ ସମାନ ନ୍ୟାୟ ଦେବା ପରିବାରର ମୁଖ୍ୟଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ବୌଦ୍ଧଧର୍ମ ପକ୍ଷରୁ ଲକ୍ଷ୍ମଣ ମଲ୍ଲିକ ସୁସ୍ଥ ସମାଜ ଗଠନ ପାଇଁ ଭଗବାନ ବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମକୁ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ସଂଯୋଜକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପରିଚାଳନା କରିଥିଲେ ଓ ବାବାଜୀ ପ୍ରଣବାନନ୍ଦ ଦାସ ସ୍ବାଗତ ଭାଷଣ ଦେଇଥିଲେ। 

ପଣ୍ଡିତ ବିନୋଦ ବିହାରୀ ଦାସ, ସ୍ବାମୀ ବିଦ୍ୟାନନ୍ଦ ସରସ୍ୱତୀ, ବି.କେ. ଗୀତା, ପ୍ରମୋଦ କୁମାର ପୃଷ୍ଟି, ବାବା ବାଳକାନନ୍ଦ ଦାସ, ଆନନ୍ଦ ଚୈତନ୍ୟ ବ୍ରହ୍ମଗିରି, ଋତିକ୍ ପାଣ୍ଡବ ଚରଣ ପ୍ରଧାନ, କମଳ ପ୍ରଭୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଶ୍ୱବିଦ୍ୟାଳୟ ରାଜନୀତିବିଜ୍ଞାନ, ପ୍ରାଣୀବିଜ୍ଞାନ ବିଭାଗ, ପଟିଆ ଯୁକ୍ତ ଦୁଇ କଲେଜ, ମହର୍ଷି କଲେକ, ମୂକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥଲେ। କାର୍ଯ୍ୟକ୍ରମକୁ ବାବା ଶ୍ରୀବାସ ଦାସ, ରାଧେଶ୍ୟାମ ଦାସ, ପରମାତ୍ମା ଦାସ ପ୍ରମୁଖ ପରିଚାଳନା କରିଥିଲେ।ସନ୍ଧ୍ୟାରେ ‘ଗୀତା କଥା’ କାର୍ଯ୍ୟକ୍ରମରେ ‘ନିଜ ଭିତରେ ଶାନ୍ତି ପାଇବାର ଉପାୟ’ ଉପରେ ବାବା ବଳିଆ ସାରଗର୍ଭକ ଆଲୋଚନା କରିଥିଲେ। ସେ କହିଲେ ଶ୍ରୀମଦ୍ ଭାଗବତ ଗୀତାର ପ୍ରତ୍ୟେକ ଶ୍ଳୋକ ମାନବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ତେବେ ସକାରାତ୍ମକ ମାନସିକତା ହିଁ କେବଳ ଆମକୁ ଶାନ୍ତି ଦେଇ ପାରିବ। ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ ସହ ନିଜେ ଶାନ୍ତିରେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ ବୋଲି ସେ ଆହ୍ୱାନ ଦେଇଥିଲେ। ଏହି ଅଧିବେଶନକୁ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉଦ୍‌ଘାଟନ କରିବା ପରେ ବରିଷ୍ଠ ରାଜନେତା ବିମ୍ବାଧର କୁଅଁର ଏହି କାର୍ଯ୍ୟକ୍ରମ ପାଇଁ ବାବାଙ୍କୁ କୃତଜ୍ଞତା ଜଣାଇଥିଲେ। ପୂର୍ବତନ ଡିଜି ଓଁକାର ମିଶ୍ର, ପୂର୍ବତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe