୨୫ ସୁଦ୍ଧା ବୀମା ରାଶି ନମିଳିଲେ ପୁଣି ଆନ୍ଦୋଳନ

Advertisment
୨୫ ସୁଦ୍ଧା ବୀମା ରାଶି ନମିଳିଲେ ପୁଣି ଆନ୍ଦୋଳନ

YouTube

ପଦ୍ମପୁର: ୨୦୨୧ ଖରିଫ୍‌ରେ ପଦ୍ମପୁର ଉପଖଣ୍ଡରେ ଭୟଙ୍କର ମରୁଡ଼ି ହୋଇଥିବା ବେଳେ ଏଚ୍‌ଡିଏଫ୍‌ସି ବୀମା କମ୍ପାନି ଚାଷୀମାନଙ୍କୁ ବୀମା ରାଶି ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ବୀମା ରାଶିରୁ ବଂଚିତ ଚାଷୀ ବାଇକ୍‌ ରାଲି, ଉପଜିଲ୍ଲାପାଳ କାର୍ଯ୍ୟାଳୟ ବନ୍ଦ, ଉପଖଣ୍ଡ ମହାବନ୍ଦ ଆଦି ଅନେକ ପ୍ରକାର ପ୍ରତିବାଦ କରି ସାରିଲେଣି।

କିନ୍ତୁ କୌଣସି ନିଷ୍କର୍ଷ ବାହାରି ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। କେନ୍ଦ୍ର ଓ ରାଜ୍ୟ ସରକାର ବୀମା କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସୁରକ୍ଷା ପ୍ରଦାନ କରୁଥିବାରୁ ଚାଷୀଙ୍କ ଦୁଃଖ ବଢ଼ିବାରେ ଲାଗିଛି। ବୀମା କମ୍ପାନି ବେଖାତିର ମନୋଭାବ ପୋଷଣ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।‌ ତେଣୁ ଏଚ୍‌ଡିଏଫ୍‌ସି କମ୍ପାନିକୁ କଳା ତାଲିକାଭୁକ୍ତ କରିବା ସହ ବୀମା ରାଶି ଆସନ୍ତା ୨୫ ତାରିଖ ସୁଦ୍ଧା ଚାଷୀଙ୍କୁ ପ୍ରଦାନ କରା ନଗଲେ ପୁଣି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଚରମ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe