ରାଜ୍ୟ ସରକାର ଜମି ଦେଲେ ବ୍ରହ୍ମପୁରରେ ବିମାନବନ୍ଦର ହେବ: କେନ୍ଦ୍ରମନ୍ତ୍ରୀ

ଆଇଜର୍‌ର ଛାତ୍ରାବାସ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟ ସରକାର ଜମି ଦେଲେ ବ୍ରହ୍ମପୁରରେ ବିମାନବନ୍ଦର ହେବ: କେନ୍ଦ୍ରମନ୍ତ୍ରୀ

ଗୋଳନ୍ଥରା : ବ୍ରହ୍ମପୁରରେ ବିମାନବନ୍ଦର ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀଙ୍କ ଦାବି ରହିଛି। ରାଜ୍ୟ ସରକାର ଏଥିପାଇଁ ଜମି ଉପଲବ୍ଧ କରାଇଲେ ବିମାନବନ୍ଦର ନିର୍ମାଣ କରିବାର ଦାୟିତ୍ୱ ମୋଦୀ ସରକାର ନେବେ। ଏହାଦ୍ୱାରା ଗଞ୍ଜାମ ଜିଲ୍ଲାର ଲୋକମାନେ ବିଶେଷଭାବରେ ଉପକୃତ ହେବା ସହ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ରବିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଞ୍ଜାମ ଜିଲ୍ଲା ରଂଗେଇଲୁଣ୍ଡା ବ୍ଲକ୍‌ ଲଉଡ଼ିଗାଁ ସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଜର୍‌)ର ନୂତନ ଛାତ୍ରାବାସକୁ ଲୋକାର୍ପଣ କରିଛନ୍ତି। ଏହି  ଅବସରରେ ସେ ଅନୁଷ୍ଠାନ ପରିସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହାସହିତ ଅନୁଷ୍ଠାନର ବିକାଶ ପାଇଁ ଆଇଜର୍‌ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ମୋଟ ୪୯କୋଟି ଟଙ୍କାରେ ନୂତନ ଛାତ୍ରାବାସ ନିର୍ମାଣ ହୋଇଛି। ଆସନ୍ତା ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଗସ୍ତରେ ଆସି ନୂତନ କ୍ୟାମ୍ପସ୍‌ ଉଦ୍‌ଘାଟନ କରିବେ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ପରେ ସେ ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କରିବା ସହିତ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ପରାମର୍ଶ ଦେଇଥିଲେ। ଏହାସହିତ କ୍ୟାମ୍ପସ୍‌ର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ.ଭି.ଆର୍‌ ଚାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe