ରବିବାର ସୁଦ୍ଧା ଆବେଦନ କଲେ ୧୭ରେ ମିଳିବ ପ୍ରଥମ କିସ୍ତି

Advertisment

ରାଜ୍ୟ ସରକାରଙ୍କ ମହତ୍ବାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଚଳିତ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ଯୋଜନାର ସୁଫଳ ପାଇବା ପାଇଁ ରାଜ୍ୟରେ ପଞ୍ଜୀକରଣ ବଢ଼ିବାରେ ଲାଗିଛି।

ରାଜ୍ୟ ସରକାରଙ୍କ ମହତ୍ବାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଚଳିତ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ଯୋଜନାର ସୁଫଳ ପାଇବା ପାଇଁ ରାଜ୍ୟରେ ପଞ୍ଜୀକରଣ ବଢ଼ିବାରେ ଲାଗିଛି।

mohan majhi

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମହତ୍ବାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଚଳିତ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ଯୋଜନାର ସୁଫଳ ପାଇବା ପାଇଁ ରାଜ୍ୟରେ ପଞ୍ଜୀକରଣ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୫୦ଲକ୍ଷରୁ ଅଧିକ ଫର୍ମ ଦାଖଲ ହୋଇସାରି‌ଲାଣି। ଆସନ୍ତାକାଲି (ରବିବାର) ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ।

‘ସୁଭଦ୍ରା’ ପାଇଁ ଆବେଦନ କଲେଣି ୫୦ଲକ୍ଷରୁ ଅଧିକ

ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ କେନ୍ଦ୍ରରେ ମହିଳାଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ପ୍ରତି ବ୍ଲକ୍ ଓ ପଞ୍ଚାୟତରେ ସୁଭଦ୍ରା ସ୍ବାଗତ ସପ୍ତାହ ପାଳନ କରାଯାଉଛି। ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ସୁଭଦ୍ରା ସଚେତନତା ରଥ ମଧ୍ୟ ବୁଲୁଛି। ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆସନ୍ତାକାଲି ‘ସୁଭଦ୍ରା’ ସ୍ବାଗତ ପଦଯାତ୍ରା ଆୟୋଜିତ ହେବ। ପ୍ରତି ପଞ୍ଚାୟତରେ ଜିପିଏଲ୍‌ଏଫ୍‌ଙ୍କ ନେତୃତ୍ବରେ ଏହି ଯାତ୍ରା ଅନୁଷ୍ଠିତ ହେବ। ଏଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ସାମିଲ ହେବେ। ରାଜ୍ୟରେ ସମୁଦାୟ ୧୦ହଜାର ପଦଯାତ୍ରା କରାଯିବ। ଭୁବନେଶ୍ବରରେ ଗିରିଦୁର୍ଗା ମନ୍ଦିରରୁ ଶୋଭାଯାତ୍ରା ଆରମ୍ଭ ହୋଇ ରମାଦେବୀଙ୍କ ପ୍ରତିମୂର୍ତ୍ତି ନିକଟରେ ପଦଯାତ୍ରା ଶେଷ ହେବ। ଆସନ୍ତାକାଲିସୁଦ୍ଧା ଯେତିକି ସଂଖ୍ୟକ ଫର୍ମ ଆବେଦନ ହୋଇଥିବ ଏହି ସଂଖ୍ୟା ଆଧାରରେ ବ୍ୟାଙ୍କରୁ ହିତାଧିକାରୀଙ୍କୁ ଟଙ୍କା ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe