ମାର୍କରେ ସନ୍ତୁଷ୍ଟ ନ ହେଲେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ମିଳିବ ସୁଯୋଗ

Advertisment

କପୋଳକଳ୍ପିତ ଖବରରେ ବିଶ୍ବାସ କରନ୍ତୁନି: ଗଣଶିକ୍ଷା ମନ୍ତ୍ରୀ

କପୋଳକଳ୍ପିତ ଖବରରେ ବିଶ୍ବାସ କରନ୍ତୁନି: ଗଣଶିକ୍ଷା ମନ୍ତ୍ରୀ

କୋଭିଡ କଟକଣାରେ ଦଶମ ଓ ଦ୍ୱାଦଶ ପରୀକ୍ଷା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

The Indian Express

ଲକ୍‌ଡାଉନ୍‌ରେ ଚଳପ୍ରଚଳ ଲାଗି ବୋର୍ଡ କର୍ମଚାରୀଙ୍କୁ ଅନୁମତି

ଭୁବନେଶ୍ବର : ବିକଳ୍ପ ମୂଲ୍ୟାୟନ ଜରିଆରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିୟମାବଳୀ ପ୍ରକାଶ କରାଯାଇଛି। ଏଥିସହ ଜୁନ୍‌ ୩୦ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଯେଉଁ ପରୀକ୍ଷାର୍ଥୀ ଏହି ମୂଲ୍ୟାୟନ ପ୍ରକ୍ରିୟାରେ ସନ୍ତୁଷ୍ଟ ନ ହେବେ, ସେମାନଙ୍କ ଲାଗି ପରୀକ୍ଷା କରାଯିବ। କେବେ ପରୀକ୍ଷା ହେବ, ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କରୋନା ସ୍ଥିତିରେ ସୁଧାର ଆସିଲେ ଜୁନ୍‌ ୩୦ ପରେ ପରୀକ୍ଷା ହୋଇପାରେ। ଯେଉଁ ପରୀକ୍ଷାର୍ଥୀ ଇଚ୍ଛା କରିବେ, ସେମାନେ ଏଥିରେ ଅଂଶଗ୍ରହଣ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଶ୍ରୀ ଦାଶ ସ୍ପଷ୍ଟ କରିଛନ୍ତି ଯେ ବିକଳ୍ପ ମୂଲ୍ୟାୟନ କରିବାକୁ ବୋର୍ଡକୁ ଦାୟିତ୍ବ ଦିଆଯାଇଥିଲା। ସେମାନେ ଯାହା ନିଷ୍ପତ୍ତି ନେଇଛନ୍ତି, ସେଥିରେ ପିଲାଙ୍କ ମଧ୍ୟରେ ଅସନ୍ତୋଷ ରହିବ ନାହିଁ ବୋଲି ଆମେ ଆଶା ରଖିବା। ସ୍ବଚ୍ଛତାର ସହ ମୂଲ୍ୟାୟନ କରାଯାଇ ନିର୍ଦ୍ଧାରିତ ସମୟ ସୁଦ୍ଧା ଫଳ ପ୍ରକାଶ ପାଇବ। ତେଣୁ ଛାତ୍ରଛାତ୍ରୀ ବ୍ୟସ୍ତ ହୁଅନ୍ତୁ ନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା କୌଣସି ଗୁଜବ କିମ୍ବା ମନଗଢ଼ା ଖବରକୁ ବିଶ୍ବାସ କରନ୍ତୁ ନାହିଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଅବଗତ ଅଛନ୍ତି। ଠିକ୍‌ ସମୟରେ ନିଷ୍ପତ୍ତି ନିଆଯିବ। ତେଣୁ ପିଲାମାନେ ଅଧିକ ଚିନ୍ତା କରି ମାନସିକ ଚାପର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇ ନଥିବା ବେଳେ ଯୁକ୍ତ୨ ନାମଲେଖା ନେଇ ଏବେଠାରୁ କହିବା ମୁସ୍କିଲ। ପ୍ରତିବର୍ଷ ନାମଲେଖା ଜୁଲାଇ ଅଧାରୁ ଆରମ୍ଭ ହୋଇ ଅଗଷ୍ଟ ପର୍ଯ୍ୟନ୍ତ ଚ‌ାଲେ। ତେଣୁ ଜୁନ୍‌ ୩୦ ପରର ସ୍ଥିତି କ'ଣ ‌ରହିବ, ସେପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ। କାପୋଳକଳ୍ପିତ ଖବରରେ ଛାତ୍ରଛାତ୍ରୀ, ଅଭିବାବକ ବିଶ୍ବାସ କରନ୍ତୁ ନାହିଁ।

ଅନ୍ୟପକ୍ଷରେ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡାଉନ୍‌ ରହୁଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀ ମାଟ୍ରିକ୍‌ ପରୀକ୍ଷା କାର୍ଯ୍ୟରେ ସାମିଲ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କିଭଳି ଭାବେ ଚଳପ୍ରଚଳ କରିବେ, ତାହାକୁ ନେଇ ପ୍ରଶ୍ନ ଉଠିବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ପରୀକ୍ଷା କାର୍ଯ୍ୟ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଚିହ୍ନିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ପରିଷଦର କଟକ, ଭୁବନେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ଜୟପୁର ଓ ବାଲେଶ୍ବର ଜୋନାଲ୍‌ ଅଫିସର କର୍ମଚାରୀମାନେ ବିନା ବାଧାରେ ଚଳପ୍ରଚଳ କରିପାରିବେ। ଏଥିପାଇଁ ପାସ୍‌ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ପରିଷଦକୁ କୁହାଯାଇଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଏସ୍‌ଆରସିଙ୍କ ଦ୍ବାରା ବିଭିନ୍ନ ସମୟ‌ରେ ଜାରି ହେଉଥିବା କୋଭିଡ୍‌ କଟକଣା ଅନୁଯାୟୀ, ସ୍କୁଲଗୁଡ଼ିକରେ ମୂଲ୍ୟାୟନ ଓ ଟାବୁଲେସନ୍‌ କାର୍ଯ୍ୟ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe