ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରି ମାଡ଼

Advertisment

ଡାବୁଗାଁ ଥାନା ଅନ୍ତର୍ଗତ ଅଞ୍ଚଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସର ଶିକାର ହୋଇଛନ୍ତି ଜଣେ ଆଦିବାସୀ ମହିଳା। ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରିବା ସହ ପ୍ରାଣାନ୍ତକ ଆକ୍ରମଣ ହୋଇଛି।

ଡାବୁଗାଁ ଥାନା ଅନ୍ତର୍ଗତ ଅଞ୍ଚଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସର ଶିକାର ହୋଇଛନ୍ତି ଜଣେ ଆଦିବାସୀ ମହିଳା। ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରିବା ସହ ପ୍ରାଣାନ୍ତକ ଆକ୍ରମଣ ହୋଇଛି।

gjgdgjjg

ଡାବୁଗାଁ: ଡାବୁଗାଁ ଥାନା ଅନ୍ତର୍ଗତ ଅଞ୍ଚଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସର ଶିକାର ହୋଇଛନ୍ତି ଜଣେ ଆଦିବାସୀ ମହିଳା। ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରିବା ସହ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସ୍ବାମୀଙ୍କ ସହ ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗାଁକୁ ଫେରିଲେ ଜୀବନ ପ୍ରତି ବିପଦ ରହିଥିବାରୁ ସୁରକ୍ଷା ଲୋଡ଼ିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। 

ଆଜି ସକାଳ ପ୍ରାୟ ୮ଟାରେ ଅଞ୍ଚଳା ଗାଁର ପରମା ଗୌଡ଼, ଦୁର୍ଯ୍ୟୋ ଗୌଡ଼, ଭାସ୍କର ଗୌଡ, କମଳ ଗୌଡ଼, ଦଳ କଲାର, ଧନ ସିଂ ଗୌଡ଼, ମଙ୍ଗରି ଗୌଡ଼ ଓ ପିପିଲା ଗୌଡ଼ ପ୍ରମୁଖ ନିଜ ଗାଁର ରତ୍ନା ଭତରା (୫୯)ଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ। ଗୁଣିଗାରେଡ଼ି କରୁଥିବା ଦର୍ଶାଇ ଘରୁ ଭିଡ଼ି ଆଣିବା ସହ ନିର୍ଯାତନା ଦେଇଥିଲେ। ପିଲାଙ୍କୁ ଗୁଣିଗାରେଡ଼ି କରି ମାରୁଥିବା ଦର୍ଶାଇ ଉଲଗ୍ନ କରିଦେଇଥିଲେ। ଏପରିକି ରତ୍ନାଙ୍କୁ ଡାହାଣୀ ବୋଲି କହିବାକୁ ପଛାଇ ନଥିଲେ। କାକୁତିମିନତି ହେବା ସତ୍ତ୍ବେ ଆକ୍ରମଣକାରୀ କୌଣସି କଥା ଶୁଣି ନଥିଲେ। ସମସ୍ତେ ଅନ୍ଧବିଶ୍ବାସରେ ବୁଡ଼ି ରହିଥିବାରୁ ନିରୀହ ମହିଳାଙ୍କୁ ନିର୍ଘାତ ମାଡ଼ ମାରି ଚାଲିଥିଲେ। କିଛି ସମୟ ପରେ ଘରେ ପହଞ୍ଚିଥିବା ସନୁ ଭତରା ପତ୍ନୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଉପରେ ବି ପ୍ରବଳ ଆକ୍ରମଣ ହୋଇଥିଲା। ବହୁ କଷ୍ଟରେ ଦଂପତି ଜୀବନ ବଞ୍ଚାଇ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ଆକ୍ରମଣକାରୀ ଘରଦ୍ବାର ଭାଙ୍ଗିଦେବାର ଆଶଙ୍କା ରହିଛି। ଯଦି ଗାଁକୁ ଫେରିବେ ତେବେ ପୁଣି ଆକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ପୁଲିସ ହସ୍ତକ୍ଷେପ କରିବାକୁ ଦଂପତି ନିବେଦନ କରିଛନ୍ତି। ଅଭିଯୋଗ ପାଇ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe