ଫଟୋ ଡିଲିଟ୍‌ ନ କଲେ ତତେ ଡିଲିଟ୍‌ କରିଦେବି...

Advertisment

ଗ୍ୟାଙ୍ଗଷ୍ଟର୍‌ ସକିଲ୍‌ର ସହଯୋଗୀ ଦିନ ଦ୍ବିପ୍ରହରରେ ପୁଲିସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଛି। ବେଆଇନ ପାର୍କିଂକୁ ନେଇ ପୁଲିସ କର୍ମଚାରୀ ଗାଡ଼ିର ଫଟୋ ଉଠାଇବା ବେଳେ ଏଭଳି ଧମକ ମିଳିଛି। ଦରଘାବଜାର ଥାନା ପୁଲିସ ଏହି ମାମଲାରେ ଅଭିଯୁକ୍ତ ଭବାନୀ ଶଙ୍କର ମହାନ୍ତି(୩୧)କୁ ଗିରଫ କରିଛି। 

ଗ୍ୟାଙ୍ଗଷ୍ଟର୍‌ ସକିଲ୍‌ର ସହଯୋଗୀ ଦିନ ଦ୍ବିପ୍ରହରରେ ପୁଲିସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଛି। ବେଆଇନ ପାର୍କିଂକୁ ନେଇ ପୁଲିସ କର୍ମଚାରୀ ଗାଡ଼ିର ଫଟୋ ଉଠାଇବା ବେଳେ ଏଭଳି ଧମକ ମିଳିଛି। ଦରଘାବଜାର ଥାନା ପୁଲିସ ଏହି ମାମଲାରେ ଅଭିଯୁକ୍ତ ଭବାନୀ ଶଙ୍କର ମହାନ୍ତି(୩୧)କୁ ଗିରଫ କରିଛି। 

ନାବାଳିକାଙ୍କ ମୁହଁରେ କରୁଣ କାହାଣୀ: ‘ଦୁଷ୍କର୍ମ କରି ମଥୁରାରେ ବିକି ଦେଉଥିଲେ’

କଟକ: ଗ୍ୟାଙ୍ଗଷ୍ଟର୍‌ ସକିଲ୍‌ର ସହଯୋଗୀ ଦିନ ଦ୍ବିପ୍ରହରରେ ପୁଲିସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଛି। ବେଆଇନ ପାର୍କିଂକୁ ନେଇ ପୁଲିସ କର୍ମଚାରୀ ଗାଡ଼ିର ଫଟୋ ଉଠାଇବା ବେଳେ ଏଭଳି ଧମକ ମିଳିଛି। ଦରଘାବଜାର ଥାନା ପୁଲିସ ଏହି ମାମଲାରେ ଅଭିଯୁକ୍ତ ଭବାନୀ ଶଙ୍କର ମହାନ୍ତି(୩୧)କୁ ଗିରଫ କରିଛି। 

ପୁଲିସକୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଲା ଗ୍ୟାଙ୍ଗଷ୍ଟର୍‌
ସକିଲ୍‌ର ସହଯୋଗୀ ଭବାନୀ ଗିରଫ

ଦରଘାବଜାର ଥାନା ବାରପଥରରେ ଜଣେ ଟ୍ରାଫିକ କନଷ୍ଟେବଳ ସୁଧାଂଶୁ ପଣ୍ଡା ଗତ ୧୭ ତାରିଖ ଦିନ ପ୍ରାୟ ୧୨ଟା ୪୫ ବେଳେ ଡ୍ୟୁଟି କରୁଥିଲେ। ଏହି ସମୟରେ ବାଲି ବ୍ୟବସାୟୀ ତଥା ସକିଲ୍‌ର ସହଯୋଗୀ ମଙ୍ଗଳାବାଗ ଫ୍ରେଣ୍ଡସ୍‌ କଲୋନିରେ ରହୁଥିବା ସଦର ଥାନା କାଜିପାଟଣାର ଭବାନୀ ଶଙ୍କର ମହାନ୍ତି ତାର ଫର୍ଚୁନର୍ ଗାଡ଼ି ପାର୍କିଂ କରିଥିଲା। ବେଆଇନ ପାର୍କିଂ କରିଥିବାରୁ ସୁଧାଂଶୁ ଗାଡ଼ିର ଫଟୋ ଉଠାଇଥିଲେ। ଭବାନୀ ଏହାକୁ ବିରୋଧ କରି ମୋବାଇଲରୁ ଫଟୋ ଡିଲିଟ୍ କରିବାକୁ କହିଥିଲା। ଫଟୋ ଡିଲିଟ୍ ନକଲେ ତାଙ୍କୁ ଡିଲିଟ୍ କରିଦେବ ବୋଲି କହି ବନ୍ଧୁକ ଦେଖାଇ ଧମକ ଦେଇଥିଲା। ଏ ସଂକ୍ରାନ୍ତରେ ସୁଧାଂଶୁ ଦରଘାବଜାର ଥାନାରେ  ବିଏନ୍‌ଏସ୍‌ର ଧାରା ୧୨୬(୨), ୨୯୬, ୩୫୧(୩), ୧୩୨, ୩(୫)  ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ୨୫(୧)(ଏ)ରେ ଏକ ମାମଲା ରୁଜୁ ହୋଇଥିଲା। ରବିବାର ଅଭିଯୁକ୍ତ ଭବାନୀକୁ ପୁଲିସ ଗିରଫ କରିଛି। ତା’ ନିକଟରୁ ଚାରିଟି ମୋବାଇଲ୍ ଫୋନ୍ ଓ ଫର୍ଚୁନର୍ କାର୍‌ ଜବତ ହୋଇଛି। ତେବେ ସେ ଦେଖାଇଥିବା ବନ୍ଧୁକ ମିଳିପାରିନି। ତା’ ବିରୋଧରେ ୪ଚି ଆପରାଧିକ ମାମଲା ନୟାପଲ୍ଲୀ, କଟକ ସଦର, ଜଗତସିଂହପୁର ଜିଲ୍ଲା ବିରିଡ଼ି, କୁଜଙ୍ଗ ଥାନାରେ ପୂର୍ବରୁ ଥିବା ଦରଘାବଜାର ଥାନା ଆଇଆଇସି ଚିନ୍ତେଶ୍ବର ମୁଣ୍ଡ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe