If you take your own life, what am I for: CM explains to complainant Photograph: (sambad.in)
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ୟୁନିଟ ୨ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏହାର ତ୍ୱରିତ ସମାଧାନ ନେଇ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ୧୪ତମ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ଆସିଥିଲା।
ଜଣେ ଅଭିଯୋଗକାରୀ ଜଗବନ୍ଧୁ ପଣ୍ଡା ନିଜ ଜୀବନ ନେବା କଥା କହିବା ଶୁଣି ମୁଖ୍ୟମନ୍ତ୍ରୀ ସେପରି କଥା ପାଟିରେ ନ ଧରିବାକୁ ତାଗିଦ୍ କରିଥିଲେ। ଯଦି ତମେ ନିଜ ଜୀବନ ନେବ, ମୁଁ କଣ ପାଇଁ ଅଛି ବୋଲି କହି ମୁଖ୍ୟମନ୍ତ୍ରୀ ତାଙ୍କୁ ବୁଝାଇଥିଲେ । ଦୀର୍ଘ ୪୦ ବର୍ଷ ହେଲା ପୂର୍ତ୍ତ ବିଭାଗରେ ପିଅନ ଭାବେ ଜଗବନ୍ଧୁ କାମ କରୁଛନ୍ତି। ହାତ ଟେକା ଦରମାରେ ଏତେ ବର୍ଷ ହେଲା କାମ କରୁଛନ୍ତି। ସ୍ଥାୟୀ ଚାକିରି କରାଇବେ କହି ଅଧିକାରୀ ଠକି ଆସୁଛନ୍ତି ।
ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା: ୧୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପୂର୍ବାନୁମାନ
ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣେଇବାକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ନିଜ ଜୀବନ ନେବି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ସରକାର ସମାଧାନ ପାଇଁ ଚେଷ୍ଟା କରିବେ। ଏଭଳି ନିଜ ଜୀବନ ନେବା କଥା କହିବା ଭୁଲ୍। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ଅଛନ୍ତି ବୋଲି କହି ବୁଝାଇଛନ୍ତି।
ଅଭିଯୋଗ ପ୍ରକୋଷ୍ଠକୁ ବିଶେଷ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନ୍ତର୍ଗତ ଅନେକ ଅଭିଯୋଗକାରୀ ଅଭିଯୋଗ କରିବାକୁ ଆସିଥିବା ଦେଖିବାକୁ ମିଳିଥିଲା। ଭିନ୍ନକ୍ଷମ ମାନଙ୍କୁ କିଭଳି ଅଧିକ ସୁବିଧା ସୁଯୋଗ , ସାର୍ଟିଫିକେଟ ର ବ୍ୟବସ୍ଥା କରାଯିବ ସେନେଇ ଧ୍ୟାନ ଦିଆଯାଉଥିବା କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଅଧିକ ପଢ଼ନ୍ତୁ:ମହିଳା କମିସନ ହେଉଛି ମହିଳାଙ୍କ ବାପ ଘର: ଦାୟିତ୍ଵ ଗ୍ରହଣ କରି କହିଲେ ଶୋଭନା ମହାନ୍ତି
cm grievance cell | CM Mohan Charan Majhi | CM grievance
Follow Us