କୋମନା ବ୍ଲକ୍‌ରେ ବାଘ ଆତଙ୍କ, ଲୋକେ ଭୟଭୀତ

Advertisment
ରାଉରକେଲା ବନଖଣ୍ଡରେ ୨୪ରୁ ଆରମ୍ଭ ହେବ ବାଘ ଗଣନା

Deccan Chronicle

ତରବୋଡ଼ : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନାନୁସାରେ ଗୁରୁବାର ସୁନାବେଡ଼ା ଅଭୟାରଣ୍ୟ ପାଦ ଦେଶରେ ଥିବା ସିଆଲଲଟି ପଞ୍ଚାୟତର ବାଗମୁଣ୍ଡା ଗ୍ରାମର କରଙ୍ଗାସାଗର ଜଙ୍ଗଲରେ ଦୁଇଟି କଲରାପତରିଆ ବାଘଙ୍କୁ ଦେଖିବାକୁ ମିଳିଥିଲା। ଯାହା ଫଳରେ ବାଗମୁଣ୍ଡା, ଝିପାବାହାଲ, ଦିଆମୁଣ୍ଡା, ଭାଲୁକୋନା, କରଙ୍ଗାଭଟା, ସିଆଲଲଟି ଆଦି ଗ୍ରାମରେ ଭୟର ବାତାବରଣ ଲାଗି ରହିଛି। ତରବୋଡ଼ ଅଞ୍ଚଳରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜଙ୍ଗଲ ବିଭାଗ ପକ୍ଷରୁ ସମସ୍ତ ଗ୍ରାମରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଓ ଘରକୁ ଘର ଯାଇ ସମସ୍ତଙ୍କୁ ସଚେତନ କରାଯାଉଛି। ବିଶେଷ କରି ରାତିରେ ଘରୁ ନ ବାହାରିବାକୁ, ଯଦି ଆବଶ୍ୟକ ପଡ଼େ ଏକୁଟିଆ ନ ବାହାରି ସାଙ୍ଗସାଥୀ ହୋଇ ଠେଙ୍ଗାବାଡ଼ି ଧରି ବାହାରିକୁ ଏବଂ ଜଙ୍ଗଲ ଆଡ଼କୁ ନ ଯିବାକୁ ସଚେତନ କରାଯାଉଛି।

ସେହିପରି ଶୁକ୍ରବାର ସକାଳୁ ଦିଆମୁଣ୍ଡା ଗ୍ରାମର ଚନ୍ଦ୍ର ମାଝୀ ଅନ୍ୟ ଜଣଙ୍କ ସହ ନିଜ ବାଇକ୍‌ରେ କାଶିପଲା ଗ୍ରାମ ଦେଇ ବାଞ୍ଜିବାହାଲ ଗ୍ରାମ ଆଡ଼କୁ ଆସୁଥିଲେ। ତେବେ କାଶିପଲା ଗ୍ରାମ ନିକଟ ଏକ ଛୋଟ ପୋଖରୀ ପାଖରେ ଦୁଇଟି ବାଘ ଚରୁଥିବା ଏକ ମେଣ୍ଢାକୁ ଆକ୍ରମଣ କରିଥିଲେ। ଗାଡ଼ି ଆସୁଥିବା ଦେଖି ବାଘ ଦ୍ବୟ କରଙ୍ଗାସାଗର ଜଙ୍ଗଲ ଭିତରକୁ ପଶିଯାଇଥିଲେ। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ କୋମନା ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଦୁଇ ଦିନ ହେଲା ରାତିରେ ପାଟ୍ରୋଲିଂ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe