୧୧ରେ ଇଗ୍ନୋ ପ୍ରବେଶିକା ପରୀକ୍ଷା

Advertisment
ଆଜିଠୁ ଇଗ୍ନୋ ଶେଷ ଟର୍ମ ପରୀକ୍ଷା

India.com

ଭୁବନେଶ୍ବର : ବିଏଡ୍‌, ପୋଷ୍ଟ ବେସିକ୍ ବିଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଏପ୍ରିଲ ୧୧ରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ୧୨୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ମୋଟ ୪୦ ହଜାର ୧୭୦ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ। ପରୀକ୍ଷା ଲାଗି ହଲ୍-ଟିକେଟ୍ ବିଶ୍ୱବିଦ୍ୟାଳୟ ୱେବସାଇଟ୍ www.ignou.ac.in ରେ ଅପଲୋଡ୍ ହୋଇସାରିଛି। କଣ୍ଟ୍ରୋଲ୍ ନମ୍ବର କିମ୍ବା ମୋବାଇଲ୍ ନମ୍ବର ଦେଇ ପ୍ରାର୍ଥୀମାନେ ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ। ହଲ୍-ଟିକେଟ୍ ଡାଉନଲୋଡ୍‌ରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ଆଞ୍ଚଳିକ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ। ଆଞ୍ଚଳିକ କେନ୍ଦ୍ରରୁ ହଲ୍ ଟିକେଟ୍‌ର ଏକ ପ୍ରିଣ୍ଟ୍ ପାଇପାରିବେ। ପ୍ରାର୍ଥୀମାନେ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାର ୪୫ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବା ବାଧ୍ୟତାମୂଳକ। ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ଲାଗି ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe