ସୌଭାଗ୍ୟ ଯୋଜନାରେ ହିତାଧିକାରୀଙ୍କୁ ଉପେକ୍ଷା

Advertisment
ବିଦ୍ୟୁତ୍‌ ବିଭାଗ ଭିଜିଲାନ୍ସ ପକ୍ଷରୁ ଚଢ଼ଉ, ୭୩ ଗ୍ରାହକଙ୍କୁ ୧୦ ଲକ୍ଷ ଜରିମାନା

stockvault.net

ଲେଫ୍ରିପଡ଼ା : ଲେଫ୍ରିପଡ଼ା ୱେସ୍କୋ ସେକ୍ସନ ଅନ୍ତର୍ଗତ ହାଣ୍ଡିପାନି ଗ୍ରାମରେ ହୋଇଥିବା ବିଦ୍ୟୁତ୍‌କରଣ ଯୋଜନାରେ ବହୁ ହିତାଧିକାରୀଙ୍କୁ ବିଦ୍ୟୁତ୍ ସେବାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ପତ୍ରାପଡ଼ା ନିବାସୀ ଭିନ୍ନକ୍ଷମ ବିଶ୍ୱନାଥ ଖାଲଖୋ ଓ ତାଙ୍କ ଭାଇ ବୁଦନା ଖାଲଖୋଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ। କୁଆଡ଼େ ଠିକାଦାର ସେମାନଙ୍କୁ ବିଦ୍ୟୁତ ଖୁଣ୍ଟ ପାଇଁ ଆବଶ୍ୟକ ଗାତ ଖୋଳିବାକୁ କହିଥିଲେ। କିନ୍ତୁ ବିଶ୍ୱନାଥ ଜଣେ ଭିନ୍ନକ୍ଷମ ହୋଇଥିବାରୁ ତାହା କରି ପାରି ନଥିଲେ।

ସେହିଭଳି ଥୋମାସପଡ଼ାର ପ୍ରଫୁଲ୍ଲ ଲାକ୍ରା, ଥୋମାସ ଲାକ୍ରା, ଯୋଶେଫ୍‌ ଲାକ୍ରା, ଜେରମ ଲାକ୍ରା, ସମୀର ଲାକ୍ରା ପ୍ରମୁଖଙ୍କ ଘରଗୁଡ଼ିକରେ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଏହାଛଡ଼ା ଗ୍ରାମବାସୀ ବିଦ୍ୟୁତକରଣ ପ୍ରକଳ୍ପରେ କାର୍ଯ୍ୟ କରିଥିଲେ ହେଁ ଠିକାଦାର ସେମାନଙ୍କୁ କୌଣସି ପାଉଣା ନ ଦେଇ ଚାଲିଯାଇଥିବା ଅଭିଯୋଗ ହୋଇଛି। ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉପେକ୍ଷିତ ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe