Advertisment

ବୌଦ୍ଧ: ସଟ୍‌ଡାଉନ୍‌କୁ ବେଖାତିର, ପୂଜା ସ୍ଥଳରେ ଭିଡ଼

Advertisment
ବୌଦ୍ଧ: ସଟ୍‌ଡାଉନ୍‌କୁ ବେଖାତିର, ପୂଜା ସ୍ଥଳରେ ଭିଡ଼

କଣ୍ଟାମାଳ : ଗତ ୮ ତାରିଖ ଦିନ କଣ୍ଟାମାଳ ବ୍ଲକ୍‌ ଉମା ପୋଖରୀରେ ଶହ ଶହ ସଂଖ୍ୟାରେ ଲୋକ ସମବେତ ହୋଇ ମାଛ ଧରିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହି ଘଟଣା ଥମି ନଥିବା ବେଳେ ରବିବାର ସଟ୍‌ଡାଉନ୍‌କୁ ବେଖାତିର କରି ପୁଣି ଘଣ୍ଟାପଡ଼ା ପଞ୍ଚାୟତ ଶ୍ରୀମାଲ ଗ୍ରାମର ଉରଧର ପୀଠରେ ପୂଜା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ନା ଥିଲା ମୁହଁରେ ମାସ୍କ ନା ସାମାଜିକ ଦୂରତା।

publive-image

କଣ୍ଟାମାଳ ବ୍ଲକ୍‌ ସଦର ମହକୁମାଠାରୁ ମାତ୍ର ୭ କିମି ଦୂରତାରେ ଏହି ଘଟଣା ଘଟିଗଲା। ଦିନ ୧୦ଟାରୁ ଏହି ଭିଡ଼ ଲାଗି ରହିଥିଲେ ବି ପ୍ରାୟ ଅଢ଼େଇଟାରେ କଣ୍ଟାମାଳ ତସିଲଦାର ଅର୍ଜୁନ ପ୍ରଧାନ ପୁଲିସ ଧରି ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଏହା ପରେ ଉପସ୍ଥିତ ଲୋକ ଛତ୍ରଭଙ୍ଗ ଦେଇଥିଲେ। ଏ ସମ୍ପର୍କରେ ଘଣ୍ଟାପଡ଼ା ସରପଞ୍ଚ ଜିତେନ୍ଦ୍ର ଦେହୁରୀଙ୍କୁ ପଚାରିବାରୁ ସବୁ ସରିଲା ପରେ ସେ ସନ୍ଧ୍ୟା ୬ଟାରେ ଏ ବିଷୟରେ ଜାଣିଲେ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ କଣ୍ଟାମାଳ ଆଇଆଇସି ଅଶ୍ୱିନୀ ଭିତିରିଆଙ୍କୁ ପଚାରିବାରୁ ଆମେ ଦିନ ଦେଢ଼ ଘଣ୍ଟା ସମୟରେ ଖବର ପାଇଲା ମାତ୍ରେ ସେଠାକୁ ଗଲୁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe