ଜରୁରୀକାଳୀନ ସମୟରେ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଅଣଦେଖା: ବିନା ଲାଇନମ୍ୟାନ୍‌ରେ ଲାଇନମ୍ୟାନ୍‌ ଦିବସ ପାଳିତ

ଲାଇନମ୍ଯାନ୍‌ମାନେ ଅବହେଳା ଓ ପ୍ରତାରଣାର ଶିକାର ବିରୋଧରେ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଆଗକୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଲାଇନମ୍ଯାନ୍ ବିନା ଦିବସକୁ ପାଳନ କରାଯାଇଛି। ଯାହାକୁ ବିଦ୍ୟୁତ କର୍ମଚାରୀ ସଂଘ ଓ ଲାଇନମ୍ୟାନ୍ ପକ୍ଷରୁ ଘୋର ନିନ୍ଦା କରିଛନ୍ତି...

Ignoring employees providing services during emergency: Lineman's Day celebrated without linemen

Ignoring employees providing services during emergency: Lineman's Day celebrated without linemen Photograph: (sambad.in)

ରାଇରଙ୍ଗପୁର: ଲାଇନମ୍ଯାନ୍‌ମାନେ ଅବହେଳା ଓ ପ୍ରତାରଣାର ଶିକାର ବିରୋଧରେ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଆଗକୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଲାଇନମ୍ଯାନ୍ ଅଭିଯୋଗ ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ପ୍ରତିଟି ପରିସ୍ଥିତିରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କାର୍ଯ୍ୟରେ ନିୟୋଜିତ ଥିବା ଲାଇନମ୍ଯାନ୍‌ମାନେ ଟାଟା ପାୱାର୍ ଦ୍ଵାରା ଶୋଷଣର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହୋଇଛି।

ନିଜ ଦାବିକୁ ଉପସ୍ଥାପନ କରି ଆନ୍ଦୋଳନ କରିବାରୁ ଟାଟା ପାୱାର ପକ୍ଷରୁ ଲାଇନମ୍ଯାନ୍ ବିନା ଦିବସକୁ ପାଳନ କରାଯାଇଛି। ଯାହାକୁ ବିଦ୍ୟୁତ କର୍ମଚାରୀ ସଂଘ ଓ ଲାଇନମ୍ୟାନ୍ ପକ୍ଷରୁ ଘୋର ନିନ୍ଦା କରିବା ସହ ଆଗକୁ ବିଶାଳ ଆନ୍ଦୋଳନ ନେଇ ଚେତାବନୀ ଦିଆଯାଇଛି । ବିଦ୍ୟୁତ ସେବା ଯୋଗାଇବାରେ ଲାଇନମ୍ୟାନ୍‌ମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ନିଜ ଜୀବନକୁ ବାଜିରେ ଲଗେଇ ରାତି,ଦିନ, ଖରା,ବର୍ଷା,ଶୀତ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପଭକ୍ତାଙ୍କୁ ସେବା ଯୋଗାଇ ଆସୁଛନ୍ତି। ଯାହା ଦ୍ୱାରା ଅଧିକାରୀମାନେ ଏସି କୋଠରୀରେ ବସି ପ୍ରଶଂସା ସାଉଟୁଛନ୍ତି।

ଟାଟା ପାଓ୍ବାର୍ ବିଦ୍ୟୁତ ବିତରଣ ନେଇ କାର୍ଯ୍ୟ ଭାର ଗ୍ରହଣ କରିବା ପରଠାରୁ ଲାଇନ୍ ମ୍ଯାନ୍‌ମାନଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଦୁଃଖର ବିଷୟ ଯେ, ସମସ୍ୟା ଦୂର ହେବା ପ୍ରତି ବଦଳରେ ବୃଦ୍ଧି ପାଇବାରେ ଲାଗିଛି। ଟାଟା ପାୱାର ଅତ୍ଯାଚାର ଚରମ ସୀମାରେ ପହଞ୍ଚିଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ଟିପିଏନଓଡିଏଲ୍ ପକ୍ଷରୁ ମଙ୍ଗଳବାର ରାଇରଙ୍ଗପୁରର ମହତାବ ଭବନଠାରେ ରାଇରଙ୍ଗପୁର ଡିଭିଜନର ଲାଇନ୍ ମ୍ଯାନ୍ ଦିବସ ପାଳନ କରାଯାଇଥିଲା । ରାଇରଙ୍ଗପୁର ଡିଭିଜନରେ ସ୍ଥାୟୀ ଓ ଅସ୍ଥାୟୀ ମିଶାଇ ୬୦୦ ଜଣରୁ ଉର୍ଦ୍ଧ୍ବ ଲାଇନ ମ୍ୟାନ ରହିଛନ୍ତି । କିନ୍ତୁ ଉକ୍ତ କାର୍ଯ୍ୟକ୍ରମକୁ ବିରୋଧ କରି ଟାଟା ପାୱାରର ଲାଇନ୍ ମ୍ଯାନ୍‌ମାନେ ଯାଇ ନଥିଲେ । ତେବେ ଟାଟା ପାୱାର ଅଧିକାରୀମାନେ ୫୦ ଜଣରୁ ଉର୍ଦ୍ଧ୍ବ ମିଛ ଲାଇନମ୍ୟାନ୍‌ଙ୍କୁ ଲାଇନମ୍ୟାନ୍‌  ଭାବେ ସଜାଇ ଦିବସ ପାଳନ କରିଛନ୍ତି। ଟାଟା ପାୱାର ଅଧିନରେ କାର୍ଯ୍ୟ କରୁଥିବା ଅଣଓଡ଼ିଆ ଠିକା ସଂସ୍ଥାର କର୍ମଚାରୀମାନଙ୍କୁ ମିଛ ଲାଇନ ମ୍ୟାନ୍ ଭାବେ ସଜା ଯାଇଥିଲା। ଯେଉଁମାନଙ୍କ ଲାଇନମ୍ୟାନ୍ ହେବା ପାଇଁ ଆଇଟିଆଇ ସାର୍ଟିଫିକେଟ ଓ ଲାଇସେନ୍ସ ନାହିଁ ବୋଲି ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ଅଧିକ ପଢ଼ନ୍ତୁ: ନିଜ ପ୍ରତିରକ୍ଷା ବଜେଟ ଆହୁରି ବଢାଇବ ଚୀନ

ଲାଇନମ୍ଯାନ୍ ଦିବସରେ ଲାଇନମ୍ଯାନ୍  ଅପେକ୍ଷା ଅଧିକାରୀମାନଙ୍କୁ ବେଶୀ ଗୁରୁତ୍ୱ ପ୍ରଦାନ କରାଯାଉଛି । ଲାଇନମ୍ୟାନ୍‌ମାନେ ପ୍ରତିବାଦ କରିବାରୁ ଧମକ ଦିଆଯାଉଛି । ଲାଇନମ୍ୟାନ୍‌ଙ୍କ ସୁରକ୍ଷା କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ସୁରକ୍ଷା ନାଁରେ କୋଟି କୋଟି ଟଙ୍କା ବିଏ ଏଜେନ୍ସିଠାରୁ ନେଇ କର୍ତ୍ତୃପକ୍ଷ ମଉଜ ମଜଲିସ୍ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଟାଟା ପାୱାର ଉପଭକ୍ତାଙ୍କୁ ଶୋଷଣ କରୁଥିବା ବେଳେ ଲାଇନମ୍ୟାନ୍‌ମାନେ ଲୋକମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି କିନ୍ତୁ ଅଧିକାରୀମାନେ ଲାଇନମ୍ୟାନ୍ ସୁରକ୍ଷା ନେଇ କୋଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଦିବସ ପାଳନ ପାଇଁ ଆସିଥିବା ଟଙ୍କାକୁ କର୍ତ୍ତୃପକ୍ଷ ହଡପ କରୁଛନ୍ତି । ଯାହା ଫଳରେ ଲାଇନମ୍ଯାନ୍‌ମାନଙ୍କ ଖର୍ଚ୍ଚ ଅର୍ଥ ହଡପ ହୋଇ ବାଟମାରଣା ହେଉଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେଉ ବା କୋଭିଡ଼ ମହାମାରୀ ସମୟରେ ବିଦ୍ୟୁତ୍ ଯୋଗାଣ ପାଇଁ କାର୍ଯ୍ୟ କରୁଥିବା ଲାଇନମ୍ୟାନ୍ ବିଦ୍ୟୁତ ବିଭାଗର ମେରୁଦଣ୍ଡ ଅଟେ । କିନ୍ତୁ ସେ ସମ୍ମାନ ପାଇବା ବଦଳରେ  ଉପେକ୍ଷିତ ହୋଇଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ବଦଳିବ କ୍ୟାପିଟାଲ ହସ୍ପିଟାଲ ରଙ୍ଗ: ସରକାରଙ୍କ ନିଷ୍ପତ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe