ବିଜେପି ଜିଲ୍ଲା ଟିମରେ ଘସିପୁରାକୁ ଉପେକ୍ଷା; ଚାପା ଅସନ୍ତୋଷ

Advertisment
ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି

National Herald

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ୍ ସବୁଜ ମହନ୍ତବର୍ମା ଜିଲ୍ଲା ବିଜେପିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ତେବେ ଏହି ଟିମରେ ଅନେକ ପୁରୁଖା ନେତା ବାଦ୍ ପଡିଥିବା ବେଳେ ଅନେକ ଅଜଣା ବ୍ୟକ୍ତି ସ୍ଥାନ ପାଇଥିବା ଅଭିଯୋଗ ହୋଇଛି। ଅନେକ ବରିଷ୍ଠନେତାଙ୍କୁ ଉପଯୁକ୍ତ ପଦବି ମିଳିନଥିବାରୁ ଅନେକ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଘସିପୁରା ନିର୍ବାଚନମଣ୍ଡଳୀ ରାଜ୍ୟରେ ଏକ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବରେ ଜଣାଶୁଣା। ଏଠାରୁ ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ବିଜେଡ଼ିରୁ ପ୍ରତିନିଧିତ୍ବ କରୁଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ରାଜନୈତିକ କ୍ଷେତ୍ର ଅଟେ। ତେବେ ବିଜେପି ହାଇକମାଣ୍ଡ ନିର୍ବାଚନମଣ୍ଡଳୀରେ ସଂଗଠନକୁ ଗୁରୁତ୍ବ ଦେଉନଥିବାରୁ ଏଠାରେ ବିଜେପି ଅଦ୍ୟାବଧି ବିଜୟର ସ୍ବାଦ ଚାଖିପାରିନାହିଁ। ଏପରିକି ମୋଦି ଲହର ସମୟରେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରୁ ବିଜେପିର ସାଂସଦ ପ୍ରାର୍ଥୀ ମଧ୍ୟ କ୍ରମାଗତ ଦୁଇଥର ଖୁବ୍ କମ୍ ଭୋଟ ପାଇଛନ୍ତି। ଏଠାରେ ବିଧାନସଭା ପାଇଁ ବିଜେପି ଦଳରେ ୨୦୨୪ପାଇଁ ଅନେକ ଦାବିଦାର ମଇଦାନରେ ଥିବାବେଳେ ଘସିପୁରାକୁ ଜିଲ୍ଲା ଟିମରେ ଗୁରୁତ୍ବ ଦିଆଯାଇନାହିଁ। ଏହି ନିର୍ବାଚନମଣ୍ଡଳୀରୁ ପୂର୍ନିବରୁ ତିନିଜଣ ଉପସଭାପତି ରହିଥିବା ବେଳେ ବର୍ତ୍ତମାନ ଟିମରେ କୌଣସି ଉପସଭାପତି କିମ୍ବା ସାଧାରଣ ସମ୍ପାଦକ ଦିଆଯାଇନାହିଁ। ଦଳ କିମ୍ବା ସାଧାରଣରେ ପରିଚିତ ନଥିବା କିଛି ବ୍ୟକ୍ତି ବିଶେଷଙ୍କୁ ଛୋଟଛୋଟ ପଦବି ପ୍ରଦାନ କରାଯାଇ ସନ୍ତୁଷ୍ଟ କରାଯାଇଛି।

ସେହିପରି ପୂର୍ବରୁ ଜିଲ୍ଲା ମହିଳାମ‌ୋର୍ଚ୍ଚାର ସଭାନେତ୍ରୀ ରହିଥିବା ଆନନ୍ଦପୁରର ବରିଷ୍ଠନେତ୍ରୀ ସୁମତି ଜେନାଙ୍କୁ କୌଣସି ପଦବି ଦିଆନଯାଇ କାର୍ଯ୍ୟକାରିଣୀ ସଦସ୍ୟଭାବେ ରଖାଯାଇଥିବାରୁ ଏଠାରେ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଜଣାପଡିଛି। ସେହିପରି ଗତକମିଟିରେ ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ଶ୍ରୀଧର ସାହୁ, ଜିଲ୍ଲା ଅନୁସୂଚିତ ଜାତିମୋର୍ଚ୍ଚା ସଭାପତି ହେମନ୍ତ ମଲ୍ଲିକ୍, ଓବିସି ମୋର୍ଚ୍ଚା ସଭାପତି ତପନ ସାହୁ, ଆଦିବାସୀ ମୋର୍ଚ୍ଚା ସଭାପତି ସଞ୍ଜୟ ଗିରି, କୋଷାଧ୍ୟକ୍ଷ କମଳାକାନ୍ତ ଦାସଙ୍କୁ ଜିଲ୍ଲା ‌କମିଟିରୁ ବାଦ୍ ଦିଆଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe